ବିଶିଷ୍ଟ କଥାକାର ଅଖିଳ ମୋହନ ପଟ୍ଟନାୟକଙ୍କ ଗୋଟେ ଗପର ନାଁ ହେଉଛି (ନଦୀର ନାମ ଗଣତନ୍ତ୍ର) । ପ୍ରତ୍ୟେକ ନଦୀର ନିଜସ୍ୱ ଗଣତନ୍ତ୍ର ରହିଥାଏ । ତାର ଉଦ୍ଗମଠୁ ଅ ।ରମ୍ଭ କରି ସମୁଦ୍ର ସଙ୍ଗମ ପର୍ଯ୍ୟନ୍ତ ବିସ୍ତୃତ ପ୍ରବାହରେ ନଦୀରେ ବହୁ ଧାର ଓ ବହୁ ସମାହାର ସମାହିତ ହୁଏ । ନଦୀ ତା ଗତି ପଥରେ ବହୁ ସଭ୍ୟତା, ସଂସ୍କୃତି, ଜନଜୀବନ, ପରମ୍ପରା ଓ ଐତିହ୍ୟକୁ ସାଥିରେ ନେଇ·ଲେ । ନଦୀର ପ୍ରବାହ ସହିତ ଜନଜୀବନର ଅର୍ଥନୀତି ଓ ରାଜନୀତି ମଧ୍ୟ ଗତିଶୀଳ ହୁଏ । ସବୁ ନଦୀ ପରି ମହାନଦୀ ମଧ୍ୟ ଏହି ପ୍ରବାହର ଅନ୍ତର୍ଗତ । ନଦୀର ସ୍ରୋତ ମଣିଷକୁ ମଣିଷ ସହିତ ଯେତିକି ଯୋଡ଼େ, ସେତିକି ଭାଙ୍ଗେ ମଧ୍ୟ । ନଦୀ ପାଣିକୁ ନେଇ ଯୁଦ୍ଧ ହେଇଛି,ଦଙ୍ଗା ହେଇଛି, ଜାତି ଓ ଅଞ୍ଚଳ ଭିତରେ ସଂଘର୍ଷ ଘଟିଛି ତଥା ସଭ୍ୟତାର ବିଲୟ ମଧ୍ୟ ଘଟିଛି । ନଦୀ ଉପତ୍ୟକାରେ ସଭ୍ୟତା ଯେତିକି ବିକଷିତ ହେଇଛି ସେତିକି ବିନଷ୍ଟ ମଧ୍ୟ ହେଇଛି । ସ୍ୱାଧୀନ ଭାରତରେ ନଦୀକୁ ନେଇ ଏ ପ୍ରକାର ସଂଘର୍ଷର କାହାଣୀ କମ୍ ନୁହେଁ । କାବେରୀ ନଦୀକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ଏକ ଦୀର୍ଘସ୍ଥାୟୀ ରାଜନୈତିକ ସଂର୍ଘର୍ଷରେ ସଂପୃକ୍ତ ଅଛନ୍ତି । ଗତ ଦୁଇବର୍ଷ ହେଲା ଏହି ଧାରା ଓଡ଼ିଶା ଓ ଛତିଶଗଡ଼କୁ ସଂକ୍ରମିତ ହେଇଛି । ମହାନଦୀ ଜଳର ଅ ।ବଣ୍ଟନକୁ ନେଇ ଛତିଶଗଡ଼ ଓ ଓଡ଼ିଶାରେ ସୃଷ୍ଟି ହେଇଥିବା ରାଜନଐତିକ ବିବାଦ ଏବେ ଏହି ଦୁଇ ରାଜ୍ୟର ରାଜନୀତିକୁ ଉତ୍ତପ୍ତ କରୁଛି ।
ଏହି ରାଜନୈତିକ ସଂଘର୍ଷର ପରିଣତି ସ୍ୱରୂପ ଅ ।ଉ କିଛି ଘଟୁ ବା ନଘଟୁ ମହାନଦୀର ଅପମୃତ୍ୟୁ କିନ୍ତୁ ଅତି ସ୍ପଷ୍ଟ ଭାବରେ ଦିଶିଯାଉଛି । ହୀରାକୁଦ ନଦୀବନ୍ଧ ତଳକୁ ମହାନଦୀର ଜଳଧାରା ଏବେ ପ୍ରାୟ ଶୁଖିଲା ଓ ପାରାଦ୍ୱୀପ ପର୍ଯ୍ୟନ୍ତ ଏହା ଏକ ମୃତ ନଦୀ ଭଳି ଦେଖାଯାଉଛି । ହୀରାକୁଦ ନଦୀବନ୍ଧ ତଳକୁ ମହାନଦୀ ଜଳସ୍ରୋତରେ ଜିରା, ଭେଡ଼େନ୍, ଅଙ୍ଗ, ସୁକତେଲ, ବାଘ ଓ ମେହେରୁଣି ଇତ୍ୟାଦି ନଦୀ ସମ୍ମିଳିତ ହୋଇଛନ୍ତି । ତେଣୁ ମହାନଦୀ କେଉଁଠି ହେଲେ ଶୁଖିଲା ପଡ଼େ ନାହିଁ । ସମ୍ବଲପୁର ତଳକୁ ଧମାଠୁ ଅ ।ରମ୍ଭ କରି ସାତକୋଶିଅ । ପର୍ଯ୍ୟନ୍ତ ମହାନଦୀର ପ୍ରବାହ ଅତ୍ୟନ୍ତ ଗଭୀର ଓ ସମୃଦ୍ଧ । ଏହି ନଦୀ ଖଣ୍ଡ ଭିତରେ ଅନେକ ଗଭୀର ଗଣ୍ଡ ରହିଛି । ବିନିକାର ବିନିକେଇ ଦରହ୍, ସୋନପୁରର ଲଙ୍କେଶ୍ୱରୀ ଦରହ ଓ ବାଉଁଶୁଣି ପାଖରେ ମହାନଦୀ ଜଳପ୍ରବାହରେ କାତ ପାଏନାହିଁ ।
ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଏହି ସବୁ ଗଣ୍ଡରେ ପାଣି ଶୁଖିଯାଉଥିବାର ଦୃଶ୍ୟ ଅତ୍ୟନ୍ତ ମର୍ମନ୍ତୁଦ ।
ତେବେ ମହାନଦୀର ଏହି ଅପମୃତ୍ୟୁ ପାଇଁ ଦାୟୀ କିଏ ? ଗତ ଦଶ ବର୍ଷ ଭିତରେ ଛତିଶଗଡ଼ ସରକାର ହୀରାକୁଦର ଉପର ମୁଣ୍ଡରେ ରହିଥିବା ମହାନଦୀ ଓ ତାର ଉପନଦୀ ଗୁଡ଼ିକରେ ଶତାଧିକ ବନ୍ଧ ନିର୍ମାଣ କରିଛନ୍ତି । ଦୀର୍ଘ ବର୍ଷ ଧରି ମହାନଦୀର ଉଦ୍ଗମ ସ୍ଥଳଠୁ ଅ ।ରମ୍ଭ କରି ନରାଜ ପର୍ଯ୍ୟନ୍ତ ମହାନଦୀର ଏକମାତ୍ର କୃତିମ ପ୍ରତିବନ୍ଧକ ଥିଲା ହୀରାକୁଦ ନଦୀବନ୍ଧ । ନୂଅ । ଛତିଶିଗଡ଼ ରାଜ୍ୟ ଗଠନ ପରେ ମହାନଦୀ ଓ ଏହାର ଉପନଦୀ ଗୁଡ଼ିକରେ ଜାତୀୟ ଜଳକମିଶନଙ୍କର ନିର୍ଦ୍ଦେଶନାମାକୁ ଅବମାନନା କରି ଶତାଧିକ ବନ୍ଧ ଓ ଅ ।ନିକଟ ନିର୍ମାଣ କରାଯାଇଛି । ଛତିଶଗଡ଼ର ପ୍ରାୟ ପ୍ରତି ୧୫ କି.ମି. ବ୍ୟବଧାନରେ ମହାନଦୀର ଜଳ ପ୍ରବାହକୁ ଅଟକ ରଖାଯାଇଛି । ସ୍ୱାଭାବିକ ଭାବରେ ଏ ପ୍ରକାର ପ୍ରତିବନ୍ଧକ ମହାନଦୀର ଜଳ ପ୍ରବାହକୁ ପ୍ରଭାବିତ କରିଛି । ଶିଳ୍ପ ଓ ଖଣିକୁ ପାଣି ଯୋଗାଇବା ଲକ୍ଷ୍ୟ ରଖି ଛତିଶଗଡ଼ ସରକାର ମହାନଦୀ ଉପରେ ଏକ ପ୍ରକାର ମରଣାନ୍ତକ ଅତ୍ୟା·ର କରିଛନ୍ତି । ଯାହା ଫଳରେ ମହାନଦୀ ଉପରେ ନିର୍ଭର କରି ଚଳୁଥିବା ୨ କୋଟି ଓଡ଼ିଶାର ଜନସାଧାରଣ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ
ମହାନଦୀ ଅ ।ଜି ଶୁଖିଲା ଓ ମରଣମୁଖୀ । ତେବେ ମହାନଦୀକୁ ବଞ୍ଚାଇବା ଲାଗି ଓଡ଼ିଶାରେ ଏକ ଜନ ଅ ।ନ୍ଦୋଳନର ଅ ।ବଶ୍ୟକତା ରହିଛି ବୋଲି ଏବେ ରାଜନୈତିକ ସ୍ତରରେ ଚର୍ଚ୍ଚା ଅ ।ରମ୍ଭ ହେଲାଣି । ପ୍ରଥମ କରି ଯେତେବେଳେ ଏ ସର୍ମ୍ପକରେ ଅ ।ଲୋଚନା ଅ ।ରମ୍ଭ ହେଲା ସେତେବେଳେ ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ଏହା ପଛରେ କୌଣସି ଠୋସ୍ ଅ ।ଧାର ନାହିଁ ବୋଲି କୁହାଯାଉଥିଲା । ତେବେ ଗତ ଦୁଇ ବର୍ଷ ମଧ୍ୟରେ ମହାନଦୀର ଜଳପ୍ରବାହ ଏତେ ଅସ୍ୱାଭାବିକ ଭାବରେ ବଢୁଛି ଓ କମୁଛି ଯେ ଏହା ମହାନଦୀର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହାନଦୀକୁ ବଞ୍ଚାଇବା ପାଇଁ ଅ ।ଜି ସବୁଠୁ ବଡ଼ ଅ ।ବଶ୍ୟକତା ହେଉଛି ଏହାର ପ୍ରାକୃତିକ ପ୍ରବାହକୁ ରକ୍ଷା କରିବା ।
ପ୍ରଥମେ ଯେତେବେଳେ ବିଜୁ ଜନତା ଦଳ ତରଫରୁ ମହାନଦୀ ବଞ୍ଚାଅ ଅଭିଯାନ ଅ ।ରମ୍ଭ ହେଲା ସେତେବେଳେ ଏହା ଏକ ରାଜନୈତିକ ପ୍ରସଙ୍ଗ ବୋଲି ବି·ର କରି ଅନେକ ଚୁପ୍ ରହିଥିଲେ । କ୍ରମେକ୍ରମେ ଏହାକୁ ନେଇ ସମସ୍ୟା ଓ ସଙ୍କଟ ତୀବ୍ର ହେବା ଅ ।ରମ୍ଭ କରିଛି । ରାଜନୈତିକ ଦଳମାନେ ନିଜ ନିଜ ଏଜେଣ୍ଡାକୁ ଅ ।ଖି ଅ ।ଗରେ ରଖି ମହାନଦୀ ପ୍ରସଙ୍ଗ ଉଠାଉଛନ୍ତି ହେଲେ ଓଡ଼ିଶାବାସୀଙ୍କ ପାଇଁ ମୂଳ ସମସ୍ୟାଟି ହେଉଛି ମହାନଦୀର ଅସ୍ତିତ୍ୱ । ଗୋଟିଏ କଥା ସ୍ପଷ୍ଟ ଯେ ମହାନଦୀ ବଞ୍ଚିଲେ ଯାଇ ଓଡ଼ିଶା ବଞ୍ଚିବ । ମହାନଦୀର ଅସ୍ତିତ୍ୱ ବିନା ଓଡ଼ିଶାର ଅସ୍ତିତ୍ୱ ଅସମ୍ଭବ । ତେଣୁ ମହାନଦୀକୁ ବଞ୍ଚେଇବା ପାଇଁ ସବୁ ବ୍ୟକ୍ତି, ଅନୁଷ୍ଠାନ ଓ ରାଜନୈତିକ ଦଳଗୁଡ଼ିକ ଏକାଠି ହେବା ନିତାନ୍ତ ଜରୁରୀ । ତେବେ ରାଜନୈତିକ ଛକାପଞ୍ଝାରେ ମାତିଥିବା କେତେକ ରାଜନୈତିକ ଦଳ ଏଠି ମହାନଦୀର ଅସ୍ତିତ୍ୱକୁ ନେଇ ଅ ।ଦୌ ଚିନ୍ତିତ ଥିଲାଭଳି ମନେହେଉ ନାହାନ୍ତି । ଛତିଶଗଡ଼ର ବିଜେପି ସରକାର ମହାନଦୀକୁ ସବୁଦିନ ପାଇଁ ଧ୍ୱଂସ କରିଦେବାର ସଙ୍କଳ୍ପ ନେଇଥିବା ଭଳି ମନେହେଉଛି । ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ନିଜ ରାଜନୈତିକ ସ୍ୱାର୍ଥକୁ ଅ ।ଖି ଅ ।ଗରେ ରଖି ଛତିଶଗଡ଼ ପ୍ରତି ଅହେତୁକ ଅନୂକମ୍ପା ଦେଖେଇ·ଲିଛନ୍ତି । ଚଳିତ ବର୍ଷ ଛତିଶଗଡ଼ ବିଧାନସଭା ନିର୍ବାଚନ ରହିଥିବାରୁ କେନ୍ଦ୍ର ସରକାର ମଧ୍ୟ ଛତିଶଗଡ଼ ସରକାର ପ୍ରତି ମାତ୍ରାଧିକ ଅନୂକମ୍ପା ପଦର୍ଶନ କରୁଛନ୍ତି । ଓଡ଼ିଶା ସରକାରଙ୍କ ଅ ।ବେଦନ କ୍ରମେ ମାନ୍ୟବର ସୁପ୍ରିମକୋର୍ଟ ମହାନଦୀ ଟିବ୍ର୍ୟୁନାଲ୍ ଗଠନ କରିଥିଲେ ମଧ୍ୟ ଏହା ଯେମିତି କାର୍ଯ୍ୟକ୍ଷମ ନହୁଏ ସେ ପ୍ରକାର ଷଡ଼ଯନ୍ତ୍ର କେନ୍ଦ୍ର ସରକାର କରୁଛନ୍ତି । ଅପରପକ୍ଷରେ ଭାରତୀୟ ଜନତା ପାର୍ଟି ଗୋଟେ ବିଚିତ୍ର ଯୁକ୍ତି କରି·ଲିଛନ୍ତି । ମହାନଦୀର ଜଳ ସଂରକ୍ଷଣ ପାଇଁ ଓଡ଼ିଶା ସରକାର କିଛି କରିନାହାନ୍ତି ବୋଲି ଯୁକ୍ତି କରି ବିଜେପି କହିବାକୁ ·ହୁଁଛି ଯେ ମହାନଦୀରେ ଅ ।ହୁରି ଅନେକ ନଦୀବନ୍ଧ ହେବା ଜରୁରୀ ।ଏହି ଯୁକ୍ତି ଅ ।ପାତତଃ ଛତିଶଗଡ଼ ଯୁକ୍ତି ସହିତ ପ୍ରାୟ ସମାନ । ନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧିବା ଓ ତଳମୁଣ୍ଡରେ ବନ୍ଧ ବନ୍ଧିବା ଭିତେର ଢେର ପର୍ଥକ୍ୟ ରହିଛି । ଓଡ଼ିଶାରେ ମହାନଦୀ ଉପରେ ଯେଉଁଠି ବନ୍ଧ ବାନ୍ଧିଲେ ମଧ୍ୟ ଓଡ଼ିଶାର ଅନେକ ଘର ବୁଡ଼ିଯିବ ଓ ଲକ୍ଷଲକ୍ଷ ଲୋକ ନିଜର ଭିଟାମାଟି ହରେଇବେ । ତେଣୁ ବନ୍ଧ ବାନ୍ଧି ଜଳ ସଂରକ୍ଷଣର ପ୍ରସ୍ତାବ ଏବେ ଅ ।ଉ ଗ୍ରହଣୀୟ ନୁହେଁ । ହୀରାକୁଦ ତଳକୁ ସିଣ୍ଢୋଲ ଏବଂ ଗୋଧନେଶ୍ୱରଠାରେ ବନ୍ଧ ବାନ୍ଧିବାର ପ୍ରସ୍ତାବକୁ ତୀବ୍ର ବିରୋଧ କରାଯାଇଛି । ତେଣୁ ଲୋକଙ୍କୁ ବୁଡ଼େଇ ଅ ।ଉ ବନ୍ଧ ନିର୍ମାଣ ସମ୍ଭବ ନୁହେଁ । ଇତିମଧ୍ୟରେ ଓଡ଼ିଶା ସରକାର ମହାନଦୀ ଜଳକୁ ଉପେଯାଗ ପାଇଁ ମହାନଦୀ ବେସିନ୍ରେ କେତୋଟି ପ୍ରକଳ୍ପର ପ୍ରସ୍ତାବ ରଖିଛନ୍ତି । ତେବେ ଏହାଦ୍ୱାରା ଯେମିତି ଜନଜୀବନ ପଭାବିତ ନହୁଏ ସେଥିପ୍ରତି ଦୃଷ୍ଟିଦେବା ଅତ୍ୟନ୍ତ ଜରୁରୀ । ରାଜନୈତିକ ଦଳଗୁଡ଼ିକ ଯେତେବେଳେ କିଛି ପ୍ରସ୍ତାବ ଦେଉଛନ୍ତି ସେଥିରେ ଲୋକ ସ୍ୱାର୍ଥର ବୋଧେ ବି·ର କରାଯାଉନାହିଁ । ନଚେତ୍ ତଳମୁଣ୍ଡରେ ବନ୍ଧ ବାନ୍ଧିବା ଭଳି ଜନବିରୋଧୀ ପ୍ରସ୍ତାବ ବିଜେପି ରଖନ୍ତା ନାହିଁ । ବିଜେପି ମନେ ରଖିବା ଉଚିତ୍ ଯେ ଅତୀତରେ ଟିକରପଡ଼ା ଓ ମଣିଭଦ୍ରା ନଦୀବନ୍ଧ ଯୋଜନାକୁ ବିରୋଧ କରି ପଶ୍ଚିମ ଓଡ଼ିଶାରେ ବଡ଼ ଗଣ ଅ ।ନ୍ଦୋଳନ ଗଢି ଉଠିଥିଲା । ଏପରିକି ସିଣ୍ଢୋଲ୍ ଓ ଗୋଧନେଶ୍ୱର ପ୍ରକଳ୍ପ ବିରୋଧରେ ମଧ୍ୟ ତୀବ୍ର ଜନ ଅସନ୍ତୋଷ ରହିଛି । ସେଇସବୁ ପୃଷ୍ଠ ଭୂମିରେ ନିଜ ଦଳର ସରକାରକୁ ଛତିଶଗଡ଼ରେ ସୁରକ୍ଷା ଦବାକୁ ଯାଇ ବିଜେପି ଅ ।ଜି ଓଡ଼ିଶା ଜନସାଧାରଣଙ୍କ ବିରୋଧରେ ଛିଡ଼ାହେବା ଅତ୍ୟନ୍ତ ଦୁଃଖଦାୟକ । ପାର୍ଟି ଓ ମାଟିର ସଂଘର୍ଷରେ ଅ ।ଜି ପାର୍ଟିକୁ ଯଦି ଅଧିକ ଗୁରୁତ୍ୱ ଦିଅ ।ଯାଏ ତାହେଲେ ପାର୍ଟିର ଅସ୍ତିତ୍ୱ ମଧ୍ୟ ରହିବ ନାହିଁ ।
ଲୋକଙ୍କ ବିରୋଧରେ ଯାଇ ରାଜନୈତିକଦଳମାନେ ଯଦି କିଛି କରନ୍ତି ତେବେ ତାର ଉତ୍ତର ଜନସାଧାରଣ ହିଁ ଦେବେ । ତେବେ ଅ ।ଜି ପାର୍ଟିର ସ୍ୱପ୍ନ ଭିତରେ ମହାନଦୀର ପ୍ରଶ୍ନ ଅ ।ଜି ଅ ।ଉ ସୀମିତ ହୋଇ ରହିନାହିଁ । ଅ ।ଜି ମହାନଦୀର ଅସ୍ତିତ୍ୱର ପ୍ରଶ୍ନ ସହିତ ଓଡ଼ିଶାର ଅସ୍ତିତ୍ୱ ଓ ଅସ୍ମିତା ପ୍ରସଙ୍ଗ ମଧ୍ୟ ଜଡ଼ିତ । ତେଣୁ ରାଜନୀତି ଅ ।ଜି ଦଳୀୟ ସ୍ୱାର୍ଥର ଉପରକୁ ଯିବା ନିହାତି ଜରୁରୀ । ଯେଉଁ ଦଳମାନେ ମହାନଦୀକୁ ମରିବା ପାଇଁ ଛାଡ଼ିଦେବେ ସେମାନଙ୍କ ହାତ ଓଡ଼ିଶାବାସୀ ଛାଡ଼ିବାକୁ ବାଧ୍ୟ ହେବେ । ଅ ।ଗାମୀ ଦିନରେ ମହାନଦୀ ଓଡ଼ିଶା ରାଜନୀତିର କେନ୍ଦ୍ରୀୟ ପ୍ରସଙ୍ଗ ହେବାକୁ ଯାଉଛି । ଏକ ସାଧାରଣ ପ୍ରସଙ୍ଗ ଭାବରେ ଅ ।ରମ୍ଭ ହୋଇଥିବା ମହାନଦୀ ଓଡ଼ିଶା ଅସ୍ତିତ୍ୱର ପ୍ରଶ୍ନବାଚୀ ଭାବେ ଅ ।ଗାମୀ ଦିନରେ ରାଜନୀତିର ସବୁଠୁ ବଡ଼ ପ୍ରସଙ୍ଗ ହେବ ।
380 Views