312 Views
ବିଜେଡିର ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ମହାନଦୀ ଓଡିଶାର ଜୀବନ ରେଖା । ବିଜେପି ନେତାଙ୍କ ଓଡିଶା ପ୍ରତି ଦରଦ ନାହିଁ , କେନ୍ଦ୍ର ଓ ଛତିଶଗଡ ସରକାରର ଆଭିମୁଖ୍ୟ ଓଡିଶା ବିରୋଧୀ । ଯଦି ଦରଦ ଥାଏ ଛତିଶଗଡର ନିର୍ମାଣ କାମକୁ ବିରୋଧ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମହାନଦୀ ଉପରେ ବ୍ୟାରେଜ ହେଲେ ବିସ୍ଥାପନ ହେବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ନବୀନ କହିଛନ୍ତି ମହାନଦୀକୁ ଶୁଖିବାକୁ ଦିଆଯିବ ନାହିଁ । ମହାନଦୀ ଓଡିଶାର ଗର୍ବ ଓ ଗୌରବର ସାକ୍ଷୀ । ଶୁଖାସୋଢା ପରେ ବରଗଡ଼ର ଆମ୍ବାଭୋନା ବ୍ଲକର ଚିଖିଲିଠାରେ ବି ଅନ୍ୟ ଏକ ସାଧାରଣ ସଭାରେ ଉଦବୋଧନ ଦେବେ ନବୀନ । ଏହି ଅଂଚଳ ଛତିଶଗଡ ସୀମାବର୍ତୀ ଅଂଚଳ ହୋଇଥିବାରୁ ବିଜେଡି ଏଠାରେ ସମାବେଶ କରି ମହାନଦୀ ଷଡଯନ୍ତ୍ର ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଚାହିୁଁଛି ।