Fri. Mar 6th, 2026

ମହାତ୍ମା ଗାନ୍ଧୀଙ୍କ ୭୧ତମ ମୃତ୍ୟୁ ବାର୍ଷିକୀରେ ସହିଦ ଦିବସ ପାଳନ କରୁଛି ଦେଶ

388 Views

ନୂଆଦିଲ୍ଲୀ, ଜାନୁଆରୀ ୩୦ : ଜାନୁଆରି ୩୦ ତାରିଖ ବୁଧବାର ଦିନ (ମହାତ୍ମା ଗାନ୍ଧୀଙ୍କ ହତ୍ୟା ଦିବସ) ସମଗ୍ର ଦେଶ ସହିଦ ଦିବସ ପାଳନ କରୁଛି।

କେତେକ ରାଜନେତା ଏବଂ ଜାତୀୟ ନେତା ସାମାଜିକ ଗଣମାଧ୍ୟମରେ ଜାତିର ଜନକଙ୍କ ସ୍ମରଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍‌ କରିଛନ୍ତି: ସହିଦ ଦିବସରେ, ଆମ ସ୍ୱାଧୀନତା ନିମନ୍ତେ ସେମାନଙ୍କର ସର୍ବସ୍ୱ ତ୍ୟାଗ କରିଥିବା ମହାତ୍ମା ଗାନ୍ଧୀ ଏବଂ ଅସୁମାରି ସ୍ୱାଧୀନତା ସଂଗ୍ରାମୀଙ୍କୁ ଆମେ କୃତଜ୍ଞତାର ସହ ସ୍ମରଣ କରୁଛୁ। ସହିଦ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦାଣ୍ଡି ଠାରେ ଜାତୀୟ ଲବଣ ସତ୍ୟାଗ୍ରହ ସ୍ମାରକୀ ଉଦ୍‌ଘାଟନ କରିବେ।

ସେ ଟୁଇଟ୍‌ କରିଛନ୍ତି: ଆସନ୍ତାକାଲି ବାପୁଙ୍କ ପୁଣ୍ୟ ତିଥିରେ ମୁଁ ଦାଣ୍ଡିରେ ଥିବି, ସେହି ସ୍ଥାନ ଯେଉଁଠି ବାପୁ ଶକ୍ତିଶାଳୀ ଉପନିଷଦବାଦକୁ ଆହ୍ଵାନ ଦେଇଥିଲେ। ଦାଣ୍ଡିରେ ଜାତୀୟ ଲବଣ ସତ୍ୟାଗ୍ରହ ସ୍ମାରକୀ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ଭାରତର ସ୍ୱାଧୀନତା ଲାଗି କାମ କରିଥିବା ଗାନ୍ଧୀଜୀଙ୍କ ନେତୃତ୍ୱାଧୀନ ସତ୍ୟାଗ୍ରହୀଙ୍କ ଲାଗି ଏହା ଗୋଟିଏ ଶ୍ରଦ୍ଧାଞ୍ଜଳି।

ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଟୁଇଟ୍‌ କରିଛନ୍ତି: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ପୁଣ୍ୟ ତିଥିରେ ଆମେ ତାଙ୍କ ଜୀବନ ଓ ଆଦର୍ଶ ସ୍ମରଣ କରୁଛୁ ଏବଂ ତାଙ୍କୁ ସମ୍ମାନଭରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ। ସମସ୍ତ କର୍ମରେ ସତ୍ୟ, ଅହିଂସା ପଥ ଅନୁସରଣ କରୁଥିବା ବିଶ୍ୱବ୍ୟାପୀ ଜନତାଙ୍କ ଲାଗି ଗାନ୍ଧୀଜୀ ସବୁବେଳେ ପ୍ରେରଣା ହୋଇ ରହିଛନ୍ତି।

ଆଜି ଜାତୀୟ ନେତାମାନେ ରାଜଘାଟ ସ୍ମାରକୀ ଠାରେ ଥିବା ଗାନ୍ଧୀଜୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେବେ।

୧୯୪୮ ମସିହା ଜାନୁଆରି ୩୦ ତାରିଖ ଦିନ ଗୋଟିଏ ପ୍ରାର୍ଥନା ସଭାରେ ସମବେତ ଜନତାଙ୍କୁ ସମ୍ଭାଷଣ ଦେବାକୁ ଯିବା ବେଳେ ଗାନ୍ଧୀଜୀଙ୍କୁ ହତ୍ୟା କରାଯାଇଥିଲା।

By amfnews

Related Post