Sat. Mar 7th, 2026

ମହାଜାଗତିକ ଦୃଶ୍ୟ,୪୦୦ ବର୍ଷ ପରେ ହେବ ବୃହସ୍ପତି ଓ ଶନିର ମହାମିଳନ

239 Views

ଦିଲ୍ଲୀ,ଡିସେମ୍ବର 21 :  ଆଜି ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ । ପ୍ରାୟ ୪୦୦ ବର୍ଷ ପରେ ସନ୍ଧ୍ୟା ୬ଟାରୁ ସଂଧ୍ୟା ୭ଟା ମଧ୍ୟରେ ଆକାଶରେ ନିକଟତର ହେବେ ବୃହସ୍ପତି ଏବଂ ଶନି । ଖାଲି ଆଖିରେ ସମସ୍ତେ ଏହାକୁ ଦେଖିପାରିବେ। ଗ୍ରହ ଦୁଇଟି ସୂର‌୍ୟ୍ୟାସ୍ତ ପରେ ଉତ୍ତର-ପଶ୍ଚିମ ଦିଗବଳୟର ଅଳ୍ପ ଉପରେ ଖାଲି ଆଖିରେ ଦେଖାଯିବେ ।

ଆସନ୍ତା ତିନି ସପ୍ତାହ ଧରି ପ୍ରତିଦିନ ଏହି ଦୁଇ ଗ୍ରହ ମଧ୍ୟରେ ଦୂରତା କମିବ ଏବଂ ଏହି ଦୁଇ ଗ୍ରହ ନିକଟତର ହୋଇ ଖୁବ୍ ପାଖାପାଖି ଦେଖାଯିବେ । ଏହି ଦୁଇ ଗ୍ରହ ଏତେ ପାଖାପାଖି ଅବସ୍ଥାନ କରିବେ ଯେ, ଯାହା ସାଧାରଣ ଦୂରବୀକ୍ଷଣ ଏବଂ ଖାଲି ଆଖିରେ ଦେଖାଯିବ। ଏହି ଦୁଇ ଗ୍ରହ ଗୋଟିଏ ବସ୍ତୁ ପରି ପ୍ରତୀୟ ମାନ ହେବେ। ସେମାନଙ୍କ ଭିତର ଦୂରତା ମାତ୍ର ୦.୧ ଡିଗ୍ରୀ ରହିବ।

ଶେଷଥର ପାଇଁ ବୃହସ୍ପତି ଏବଂ ଶନିର ଏପରି ମହାମିଳନ ୧୬୨୩ ମସିହା ଜୁଲାଇ ୧୬ ତାରିଖରେ ଦେଖାଯାଇଥିଲା। ଆସନ୍ତା ୨୦୮୦ ମସିହାରେ ପୁଣି ବୃହସ୍ପତି ଏବଂ ଶନି ଗ୍ରହଙ୍କୁ ଏତେ ପାଖାପାଖି ଏକାଠି ହେବେ।

By amfnews

Related Post