Sat. Nov 2nd, 2024

ମହଙ୍ଗା ପଡିଲା ଭାରତ ସହ ଶତ୍ରୁତା, ଭାରତୀୟ କୃଷକଙ୍କ ନାଲି ଆଖିରେ ପାକିସ୍ତାନରେ ଟମାଟୋ କିଲୋ ଛୁଇଁଲା ୧୮୦ଟଙ୍କା

By amfnews Feb 20, 2019 #Featured
227 Views

ନୂଆଦିଲ୍ଲୀ, ଫେବୃଆରୀ ୨୦ : ଜାମ୍ମୁ କାଶମୀରର ପୁଲୱାମାରେ ହୋଇଥିବା ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଛନ୍ତି । ଫଳରେ ଭାରତ ପାକିସ୍ତାନ ଠାରୁ ଏମଏଫଏନ ଦର୍ଜା ଛଡେଇ ନେଇଥିଲା ଏବଂ ରପ୍ତାନୀ କରାଯାଉଥିବା ସାମଗ୍ରୀ ଉପରେ ବେସିକ କଷ୍ଟମ ଡ୍ୟୁଟିକୁ ୨୦୦ ପ୍ରତିଶତ ବଢେଇ ଝଟକା ଦେଇଛି । ଏହି ଆକ୍ସନ ପରେ ପାକିସ୍ତାନକୁ ଭାରତ ତରଫରୁ ରପ୍ତାନୀ କରାଯାଉଥିବା ଉତ୍ପାଦ ଉପରେ ପ୍ରଥମ ଅପେକ୍ଷା ଅଧିକ ଟ୍ୟାକ୍ସ ଦେବାକୁ ପଡିବ । କେବଳ ସେତିକି ନୁହେଁ ଏହି ଆକ୍ରମଣ ପରେ ଭାରତୀୟ କୃଷକ ମଧ୍ୟ ନିଜର ଆକ୍ରୋଶ ଜାତ କରିଛନ୍ତି । ମଧ୍ୟପ୍ରଦେଶର ଝାବୁଆ କୃଷକ ନିଜର ଟମାଟୋକୁ ପାକିସ୍ତାନ ପଠାଇବାକୁ ମନା କରିଛନ୍ତି ।

ତେବେ ଆପଣ ଭାରତରେ ଟମାଟୋର ଦାମ୍ ଜାଣିଥିବେ ନିଶ୍ଚୟ କିନ୍ତୁ କଣ ଆପଣ ପାକିସ୍ତାନରେ ଏହାର ଦାମ୍ ଜାଣିଛନ୍ତି । ଏହି ଆକ୍ରମଣ ପରେ ଭାରତର ବହୁ କୃଷକ ସେଠାକୁ ଟମାଟୋ ରପ୍ତାନୀ କରିବାକୁ ମନା କରି ଦେଇଛନ୍ତି । ଭାରତ ରପ୍ତାନୀ କରାଯାଉଥିବା ସାମଗ୍ରୀ ଉପରେ ବେସିକ କଷ୍ଟମ ଡ୍ୟୁଟିକୁ ୨୦୦ ପ୍ରତିଶତ ବଢେଇ ଦେଇଛି । ଏହା କାରଣରୁ ଏବେ ସେଠାରେ ଟମାଟୋର ଅଭାବ ସୃଷ୍ଟି ହୋଇଛି । ଫଳରେ ପାକିସ୍ତାନର ଲାହୌରରେ ଟମାଟୋ କିଲୋପ୍ରତି ୧୮୦ ଟଙ୍କା ବିକ୍ରି କରାଯାଇଛି । ଏବେ ସେଠାରେ ଟମାଟୋ ଦର ଆକାଶ ଛୁଆଁ ରହିଛି ।

ତେବେ ପାକିସ୍ତାନକୁ ଭାରତ ସହ ଶତ୍ରୁତା କରି ମହଙ୍ଗା ପଡିଛି । ସରକାର ଏବେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଡି ବସିଛନ୍ତି । କୃଷକଙ୍କର ଏହି ନିଷ୍ପତିରେ ମଧ୍ୟ ତାଙ୍କୁ କ୍ଷତି ସହିବାକୁ ପଡୁଛି । କିନ୍ତୁ ଦେଶ ହିତ ପାଇଁ ସେମାନେ ଏହି କ୍ଷତିକୁ ସହିବାକୁ ପ୍ରସ୍ତୁତ ଅଛନ୍ତି । ସେମାନେ ମୋଦୀ ସରକାରଙ୍କ ନିକଟରେ ଅପିଲ କରିଛନ୍ତି କି, ଅନ୍ୟ ଦେଶରେ ଉପଯୁକ୍ତ ବଜାର ତାଙ୍କ ପାଇଁ ଖୋଜାଯାଉ । ଏହା ପ୍ରଥମ ଥର ପାଇଁ ହୋଇ ନାହିଁ ପୂର୍ବରୁ ୨୦୧୭ରେ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁ କାରଣରୁ ଲାହୌର ଏବଂ ପଞ୍ଜାବ ପ୍ରାନ୍ତର କିଛି ଅଂଚଳରେ ଟମାଟୋର ଦର ୩୦୦ ପର୍ଯ୍ୟନ୍ତ ଛୁଇଁଥିଲା ।

By amfnews

Related Post