172 Views
ନୂଆଦିଲ୍ଲୀ, ଡିସେମ୍ବର ୦୬ : ଡିସେମ୍ବର ୫ ରୁ ୧୬ ତାରିଖ ଯାଏଁ ସୁକ୍କୁର ଠାରେ ପାଳନ କରାଯାଉଥିବା ଶିବ ଅବତାରୀ ସତ୍ଗୁରୁ ସନ୍ତ ଶାଦରମ ସାହିବଙ୍କର ୩୧୦ତମ ଜୟନ୍ତୀରେ ସାମିଲ ହେବା ନିମନ୍ତେ ୨୨୦ ଜଣ ଭାରତୀୟ ଯାତ୍ରୀଙ୍କୁ ପାକିସ୍ତାନ ହାଇକମିସନ ଭିସା ପ୍ରଦାନ କରିଛନ୍ତି। ଶିଖ୍ ଯାତ୍ରୀଙ୍କ ନିମନ୍ତେ କର୍ତାରପୁର କରିଡର୍ ବିକାଶ ଯୋଜନା ପରେ ଉଭୟ ପକ୍ଷରୁ ଏ ଭଳି ଘୋଷଣା କରାଯାଇଛି।
୧୯୭୪ ମସିହା ପାକିସ୍ତାନ-ଭାରତ ପ୍ରୋଟୋକୋଲ୍ ଅନ୍ ଭିଜିଟ୍ସ୍ ଟୁ ରିଲିଜିୟସ୍ ସ୍ରାଇନ୍ସ୍ର ନିୟମ ଅନୁସାରେ ପ୍ରତିବର୍ଷ ଧାର୍ମିକ ଉତ୍ସବ ପାଳନ କରିବାକୁ ଶିଖ୍ ଓ ହିନ୍ଦୁ ଯାତ୍ରୀମାନେ ଭାରତରୁ ପାକିସ୍ତାନ ଯାଆନ୍ତି।
ନଭେମ୍ବର ୩୦ ତାରିଖ ଦିନ ୩, ୮୦୦ ରୁ ଅଧିକ ଶିଖ ଯାତ୍ରୀ ବାବା ଗୁରୁ ନାନକ ଦେବ ଜୀଙ୍କ ୫୪୯ତମ ଜୟନ୍ତୀରେ ଭାଗ ନେବାକୁ ପାକିସ୍ତାନରୁ ଭାରତ ଯାଇଥିଲେ।

