Sat. Mar 7th, 2026

ମନ୍ଦିର ଖୋଲିବା ନେଇ ପ୍ରସ୍ତୁତ ହେଉଛି ଦେବୋତ୍ତର ବିଭାଗ, ରହିବ ଏହି ସବୁ ନିୟମ

298 Views

ଭୁବନେଶ୍ୱର, ଡିସେମ୍ବର 14(ଖବର ଓଡିଶା)

ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧୀନରେ ଥିବା 18ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ନିର୍ଦ୍ଧାରଣ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ଦେବୋତ୍ତର କମିଶନର । ଏକକାଳୀନ ଭକ୍ତ ପ୍ରବେଶ ବାରଣ ରହିଛି  ।  ସାମାଜିକ ଦୂରତା, ମନ୍ଦିର ଦ୍ୱାରରେ ସାନିଟାଇଜର ରଖିବା ଓ ବାରମ୍ବାର ମନ୍ଦିର ବିଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି  ।  କେବଳ ଦର୍ଶନ କରିପାରିବେ ଭକ୍ତ । ଜନଗହଳିକୁ ବାରଣ କରାଯାଇଛି  । ଏସବୁ ମାନି ମନ୍ଦିର ଖୋଲି ପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ନ ମାନିଲେ ମନ୍ଦିର ଖୋଲିବ ନାହିଁ । ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।

By amfnews

Related Post