Sat. Mar 7th, 2026

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ, ପିପିଲି ପୀଡ଼ିତାଙ୍କ ସଂପର୍କରେ ବିବାଦୀୟ ବୟାନ ମହଙ୍ଗା ପଡ଼ିଲା

302 Views

ଭୁବନେଶ୍ୱର, ଜାନୁୟାରୀ ୦୭ : ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ ମହାରଥୀ। କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ମହାରଥୀ ରବିବାର ଇସ୍ତଫା ଦେଇଥିବା ସୂଚନା ରହିଛି। ପିପିଲି ପୀଡ଼ିତା ପ୍ରଂସଗରେ ବିବାଦୀୟ ମନ୍ତବ୍ୟ ଦେବା ମହାରଥୀଙ୍କୁ ମହଙ୍ଗା ପଡ଼ିଛି। ପିପିଲି ମାମଲା ନେଇ କୋର୍ଟରୁ ରାୟ ଆସିବା ପରେ ମହାରଥୀ ତାତ୍ସଲ୍ୟ କରିଥିଲେ। ସେ ତାତ୍ସଲ୍ୟ କରି କହିଥିଲେ କି ‘ସତ୍ୟର ଜୟ ହୋଇଛି, ପୀଡ଼ିତାଙ୍କୁ ନ୍ୟାୟ ମିଳିଛି।’

ମହାରଥୀଙ୍କ ଏପରି ବୟାନ ଶୁଣିବା ପରେ ସେ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ କଂଗ୍ରେସ ଓ ବଜେପି ପକ୍ଷରୁ ଦାବି ହୋଇଥିଲା। ମହିଳା କଂଗ୍ରେସ ପ୍ରଦୀପଙ୍କ ପୋଷ୍ଟରକୁ ଅଣ୍ଡା ମାଡ଼ କରିଥିବା ବେଳେ ବିଜେପି ମହିଳା ମୋର୍ଚା ମଧ୍ୟ ପ୍ରଦୀପଙ୍କ ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇ ଥିଲା।

ପିପିଲି ପୀଡ଼ିତା ପ୍ରଂସଗରେ ବିବାଦୀୟ ରାୟ ଦେବା ପରେ ତାଙ୍କ ଉପରେ ଦଳରୁ ଚାପ ବଢ଼ିଥିଲା। ତେବେ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ପ୍ରଦୀପଙ୍କ ଉପରେ ଅସନ୍ତୋଷ ଥିଲେ ବୋଲି ଗଣମାଧ୍ୟରେ ପ୍ରକାଶ ପାଇଥିଲା। ମହାରଥୀଙ୍କୁ ଇସ୍ତଫା ଦେବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବା ସୂଚନା ରହିଛି।

ଶନିବାର ବାରିପଦାରେ ହୋଇଥିବା ସମବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମାନ ପ୍ରସଂଗ ଉଠାଇଥିଲେ। ପୂର୍ବରୁ ୨୦୧୨ରେ ମଧ୍ୟ ସମାନ ପ୍ରସଙ୍ଗରେ ପାଇଁ ପ୍ରଦୀପ ଥରେ ଇସ୍ତଫା ଦେଇ ସାରିଛନ୍ତି। ତେବେ ଜାଣିବାକୁ ମିଳିଛି ଯେ ନୈତିକତା ଦୃଷ୍ଟିରୁ ନୁହେଁ ବରଂ ବିରୋଧୀଙ୍କ ଚାପ ହିଁ ନବୀନଙ୍କୁ ଏପରି କରିବାକୁ ବାଧ୍ୟ କରିଛି।

By amfnews

Related Post