Tue. Mar 10th, 2026

ମଧ୍ୟାହ୍ନ ଭୋଜନ ଚାଉଳ ବାଟ ମାଧଣା। କେନ୍ଦୁଗୁଡା ଗ୍ରାମରୁ ୫୭ ବସ୍ତା ଚାଉଳ ଜବତ।

355 Views

ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ – ଜିଲ୍ଲାପାଳ
ଆଦିବାସୀ ଛାତ୍ର ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବାଟ ମାରଣା ହେଉଥିବା ଘଟଣା ଲୋକଲୋଚନକୁ ଆସିଛି।ମାଲକାନଗରି ଜିଲ୍ଲାରେ ସଦର ବ୍ଲକ ପାଣ୍ଡ୍ରିପାଣି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପାଇଁ ୫୭ ବସ୍ତା ଚାଉଳ ଆସିଥିଲା।ତାକୁ ସ୍କୁଲରେ ରଖିବା ପରିବର୍ତ୍ତେ ସ୍ଥାନୀୟ ଜଣେ ବୃଦ୍ଧାଙ୍କ ଘରେ ସ୍କୁଲ କର୍ତ୍ତୃପକ୍ଷ ରଖିଥିଲେ।ଗ୍ରାମବାସୀ ଏହା ଦେଖି ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ।ତେବେ ପ୍ରଧାନ ଶିକ୍ଷକଙ୍କ ଉତ୍ତରରେ ସନ୍ଦେହ ହୋଇଥିଲା।ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହବାରୁ ପ୍ରଧାନ ଶିକ୍ଷକ ବୃଦ୍ଧାଙ୍କ ଘରୁ ମାତ୍ର ୨ କୁଇଣ୍ଟାଲ ଚାଉଳ ଆଣି ସ୍କୁଲରେ ରଖିଥିଲେ।
ମଧ୍ୟାହ୍ନ ଭୋଜନ ଚାଉଳ ବାଟ ମାରଣ ଘଟଣା ଜିଲ୍ଲାପାଳଙ୍କ କର୍ଣ୍ଣ ଗୋଚର ହବାରୁ ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ବେଳେ ସ୍କୁଲକୁ ଆସିଥିବା ଚାଉଳ ସ୍କୁଲରେ ନଥିବା ଜଣାପଡିଥିଲା।
ଏହା ପରେ ରଇଲା ଖିଲ(ଉକ୍ତ ବୃଦ୍ଧା)ଙ୍କ ଘରକୁ ତଦନ୍ତକାରୀ ଦଳ ଯାଇଥିଲେ।ସେଠାରେ ସରକାରୀ ଅଖା ବସ୍ତାକୁ ବଦଳାଇ ଦେଇଥିବା ଏବଂ ୫୭ ବସ୍ତା ଚାଉଳ ଥିବା ଜାଣିବାକୁ ପାଇଥିଲେ।ଚାଉଳ ବସ୍ତା ସମ୍ପର୍କରେ ବୃଦ୍ଧାଙ୍କୁ ପଚାରିବାରୁ ସେ ଘରେ ନ ଥିବା ବେଳେ କେହି ଚାଉଳ ଆଣି ରଖିଛନ୍ତି।ପରେ ତାହାକୁ ଅନୁମତି ଦେଇଥିଲେ ବୋଲି କହିଛନ୍ତି।ଏତେ ଗୁଡାଏ ଚାଉଳ ବସ୍ତା କିପରି ଜଣେ ବୃଦ୍ଧାଙ୍କ ଘରୁ ବାହାରୁଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହବା ପରେ କିଛି ଗ୍ରାମବାସୀ ଏହାର ସମ୍ପୂର୍ଣ ବିବରଣୀ ଦେଇଥିଲେ।
ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତି ଉକ୍ତ ଜବତ ଚାଉଳ ବସ୍ତାକୁ ଆଣି ମାଲକାନଗିରି ରଖିବା ସହ ସମସ୍ତ ତଥ୍ୟ ଜିଲାପାଳଙ୍କୁ ଜଣାଇଛନ୍ତି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହା ଉପରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି।
ସେହିପରି ଗତକାଲି ଗୌଡଗୁଡା ପଞ୍ଚାୟତର ଏମଭି-୧୦ ଏବଂ ଏମଭି-୧୧ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଏମିତି ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର କମ ଓଜନର ଚାଉଳ ଯୋଗାଉଥିବା ଅଭିଯୋଗ ହୋଇଛି।ଚାଉଳ ସ୍କୁଲରେ ଦେବା ସମୟରେ ଗ୍ରାମବାସୀ ମାନେ ଚାଉଳ ବସ୍ତାକୁ ଓଜନ କରିବାକୁ କହିବା ସତ୍ତ୍ୱେ ଗାଡ଼ିରେ ଓଜନ ବ୍ୟବସ୍ଥା ନାହିଁ ବୋଲି କହି ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ଖସି ଯିବାକୁ ଚେଷ୍ଟା କରିଥିଲେ।ତେବେ ଗ୍ରାମବାସୀ ଓଜନ ଯନ୍ତ୍ର ଆଣି ଚାଉଳ ବସ୍ତାକୁ ଓଜନ କରିବାରୁ କେଉଁ ବସ୍ତାରେ ୮ କେଜି କମ ତ କେଉଁ ବସ୍ତାରେ ୧୦ କେଜି କମ ଚାଉଳ ଥିବା ଜଣାପଡିଥିଲା।ଗଣ୍ଡଗୋଳ ପରିସ୍ଥିତି ଉପୁଜିବାରୁ ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ଉକ୍ତ ଚାଉଳ ବସ୍ତା ବଦଳରେ ଅନ୍ୟ ଚାଉଳ ବସ୍ତା ଛାଡି ଯାଇଥିଲେ।
ପ୍ରକାଶ ଯୋଗ୍ୟ କି ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟର ଚାଉଳ ଯୋଗାଇବା ସମୟରେ ସାଥିରେ ଓଜନ ଯନ୍ତ୍ର ନେବା ନିୟମ ଥିବା ବେଳେ ଏହାକୁ ମାଲକାନଗିରି ରେ ଖୁଲମଖୁଲା ଉଲଘଂନ କରାଯାଉଛି।ବୁଧବାର ଦିନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନିର୍ଦ୍ଦେଶ ପାଇ କିଛି ଅତିରିକ୍ତ ଯୋଗାଣ ଅଧିକାରୀ ଉକ୍ତ ବିଦ୍ୟାଳୟକୁ ତଦନ୍ତ ପାଇଁ ଯାଇଥିବା ଜଣାପଡିଛି।ସେପଟେ ଚାଉଳ ହଡପ କରୁଥିବା କଣ୍ଟ୍ରାକ୍ଟର,କର୍ମଚାରୀ, ଦଲାଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

By amfnews

Related Post