Sun. Mar 8th, 2026

ମଧ୍ୟାହ୍ନ ଭୋଜନରେ ମଲାମୂଷା ପଡ଼ିଥିବା ଭାତ ଖାଇ ୧୯ ପିଲା ଅସୁସ୍ଥ

260 Views

ଭଦ୍ରକ : ମଧ୍ୟାହ୍ନ ଭୋଜନ ମଲା ମୂଷା ପଡ଼ିଥିବା ଭାତ ଖାଇ ଅସୁସ୍ଥ ହୋଇ ପଡ଼ିଥିବା ଚାରିତରଫ ମଧ୍ୟ-ଇଂରାଜୀ ବିଦ୍ୟାଳୟର ୧୯ ଜଣ ପିଲା ଡାକ୍ତରଖାନାରେ ପଡ଼ିଛନ୍ତି।ଗୁରୁବାର ଦିନ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯାଉଥିବା ବେଳେ ଭାତହାଣ୍ଡିରୁ ଗୋଟାଏ ବଡ଼ ମଲାମୂଷ ବାହାରିଥିଲା।

ସ୍କୁଲ୍‌ ଛୁଟି ହେବା ପରେ ପିଲାମାନେ ଘରକୁ ଯାଇଥିଲେ, ଏବଂ ସେମାନଙ୍କ ମଧ୍ୟରୁ ପାଞ୍ଚଜଣ ପିଲା ମୁଣ୍ଡବୁଲାଉଛି ବୋଲି ଘରେ ଅଭିଯୋଗ କରିଥିଲେ। ଚିକିତ୍ସା ନିମନ୍ତେ ଘରଲୋକେ ସେମାନଙ୍କୁ ତିହିଡ଼ି ଡାକ୍ତରଖାନାକୁ ନେଇଥିଲେ।

ମୁଣ୍ଡବୁଲାଉଛି ବୋଲି ଆଜି ପୁଣି ୧୪ ଜଣ ପିଲା ଅଭିଯୋଗ କରିବା ପରେ ସମସ୍ତ ୧୯ ଜଣଙ୍କୁ ନିଆଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଭଦ୍ରକ ଉପଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ପିଲାମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଏବଂ ଚିକିତ୍ସା ସଂକ୍ରାନ୍ତରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ କଥାବର୍ତ୍ତା କରିଛନ୍ତି। ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

By amfnews

Related Post