Mon. Jan 27th, 2025

ମଧ୍ୟପ୍ରଦେଶ: ରୁଂଝ ନଦୀରେ ଭାସୁଛି ଏକାଧିକ ଶବ, ନିକଟସ୍ଥ ଗାଁ ଲୋକେ ଚିନ୍ତିତ

By amfnews May 13, 2021 #Featured
219 Views

ପନ୍ନା, ମେ ୧୩ : କରୋନାର ୨ୟ ଲହର କେବଳ ସହରରେ ନୁହେଁ, ବରଂ ଗାଁ ଲୋକଙ୍କର ଚିନ୍ତା ବଢ଼ାଇ ଦେଇଛି । ଗ୍ରାମାଂଚଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ବହୁ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଦେଶର ବିଭିନ୍ନ ନଦୀରେ ଲୋକଙ୍କର ମୃତଦେହ ଭାସୁଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଦୃଷ୍ଟିଗୋଚର ହେଉଛି । 

ଗଂଗା ଓ ଯମୁନାରୁ ମୃତଦେହ ଉଦ୍ଧାର ହେବା ଘଟଣା ମନରୁ ଲିଭି ନଥିବା ବେଳେ ମଧ୍ୟପ୍ରଦେଶର ରୁଂଝ ନଦୀରେ ମଧ୍ୟ ଶବ ଭାସୁଥିବା ଜଣାଯାଇଛି । ନଦୀରେ ଏକକାଳୀନ ଏକାଧିକ ଶବ ଭାସୁଥିବା ନେଇ ଲୋକଙ୍କର ଚିନ୍ତା ବଢ଼ିଯାଇଛି । ପନ୍ନା ଅଂଚଳ ଦେଇ ପ୍ରବାହିତ ହୋଇଥିବା ଏହି ନଦୀରେ ଯେଉଁ ଶବଗୁଡ଼ିକ ଭାସୁଛି ତାହା କୋଭିଡ ଜନତି କି ଅନ୍ୟ କାରଣ, ସେନେଇ ପ୍ରଶାସନ ପକ୍ଷରୁ କିଛି ବୟାନ ଦିଆଯାଇ ନାହିଁ । ମାତ୍ର ଘଟଣା ଯାହା ବି ହେଉ, ଲୋକଙ୍କର ମନରେ ଚିନ୍ତା ଜାତ ହୋଇଛି । ଲୋକେ ଭୟରେ ନଦୀକୁ ଗାଧୋଇବାକୁ ଯାଉନାହାନ୍ତି । ଏବାବଦରେ ଗାଁ ଲୋକେ ପଂଚାୟତ ମାଧ୍ୟମରେ ପ୍ରଶାସନକୁ ଖବର ଦେଇଥିଲେ ମଧ୍ୟ ଘଟଣା ସଂପର୍କରେ କିଛି ଜଣାପଡୁନାହିଁ । 

ଗାଁ ଲୋକଙ୍କ କହିବା ଅନୁସାରେ ନଦୀରେ ୫ଟି ମୃତଦେହ ଭାସୁଛି । କିନ୍ତୁ ପ୍ରଶାସନିକ ଭାବେ ୨ଟି ମୃତଦେହ ମିଳିବା ନେଇ ସ୍ପଷ୍ଟିକରଣ ଦିଆଯାଇଛି । ରୁଂଝ ନଦୀ ସେହୋ ଠାରୁ ବାହାରି ପାଣ୍ଡୋ, ଆରାମଗଂଜ, ଭୁଣ୍ଡା, ଭସୁଡା, ହରଦୀ, ନୟାଗାଁ ଦେଇ ଉତ୍ତର ପ୍ରଦେଶର ବଡେଝାରେ କେନ ନଦୀରେ ବିଳୟ ହୋଇଛି । 

By amfnews

Related Post