Wed. Dec 25th, 2024

ମଧ୍ୟପ୍ରଦେଶ: ରାଜପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଦେବୀ ସିଂହଙ୍କ ହୃଦଘାତରେ ମୃତ୍ୟୁ

By amfnews Nov 5, 2018 #Featured
116 Views

ଭୋପାଳ, ନଭେମ୍ବର ୦୫: ଚଳିତ ମାସରେ ହେବାକୁ ଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବୀ ସିଂହ ପଟେଲଙ୍କ ସୋମବାର ପରଲୋକ ହୋଇ ଯାଇଛି । ହଠାତ ହୃତଘାତ ହେବାରୁ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ଦେବୀ ସିଂହ ରାଜପୁର ବିଧାନସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନରେ ଛିଡା ହୋଇଥିଲେ ।

ତାଙ୍କର ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦେବୀ ସିଂହଙ୍କ ନାମ ବିଜେପି ପ୍ରାର୍ଥୀ ଭାବରେ ଗତ ଶୁକ୍ରବାର ଘୋଷଣା କରାଯାଇଥିଲା । ବିଜେପି ପକ୍ଷରୁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ଏଥିରେ ୧୭୭ ଜଣଙ୍କୁ ସ୍ଥାନ ମିଳିଛି ।

ଦେବୀ ସିଂହଙ୍କ ମୃତ୍ୟୁ ପରେ ରାଜପୁର ବିଧାନସଭା ଆସନରୁ କାହାକୁ ଟିକେଟ ଦିଆଯିବ, ତାହା ପରବର୍ତ୍ତୀ ସମୟରେ ବିଜେପି କାର୍ଯ୍ୟାଳୟରେ ନିଷ୍ପତ୍ତି ନିଆଯିବ । ବିଜେପି ଶାସିତ ମଧ୍ୟପ୍ରଦେଶରେ ଚଳିତ ମାସ ୨୮ ତାରିଖରେ ମତଦାନ ହେବ । ଆଗାମୀ ଡିସେମ୍ବର ୧୧ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

By amfnews

Related Post