163 Views
ଭୋପାଳ, ଜୁଲାଇ ୨୫ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କରୋନା । କରୋନା ପଜେଟିଭ ଚିହ୍ନଟ ହୋଇଥିବା ନେଇ ଟ୍ୱିଟ କରି ସୂଚନା ଦେଲେ ନିଜେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ।
ଟ୍ୱିଟ କରି ଶିବରାଜ ସୂଚନା ଦେଇଛନ୍ତି ଯେ ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କର କୋଭିଡ-19 ପରୀକ୍ଷା କରାଯାଇଥିଲା ଯାହାର ରିପୋର୍ଟ ପଜେଟିଭ ଥିବା ଜଣାପଡିଛି। ଏହା ସହ ଶିବରାଜ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରହିବା ନେଇ ଅନୁରୋଧ କରିଛନ୍ତି।