କିଛି ବଡ ପ୍ରତିଶ୍ରୁତି
୧-କୃଷକଙ୍କୁ ୭୫ହଜାର ୮୦୦ କୋଟି ଟଙ୍କାର ଋଣଛାଡ
୨ -ଡିଜେଲ ଏବଂ ପେଟ୍ରୋଲ ଉପରେ ରିହାତି
୩ -କୃଷକଙ୍କ ବିଜୁଳି ବିଲ ଅଧା କରାଯିବ
୪- ରୋଷେଇ ଗ୍ୟାସରେ ରିହାତି
୫- ଜନ ଆୟୋଗ ଗଠନ କରି ଦୁର୍ନୀତି ବିରୋଧରେ ଲଢେଇ
୬ -ସାମାଜିକ ସୁରକ୍ଷା ପେନସନ ରାଶି ୩୦୦ରୁ ବୃଦ୍ଧି କରି ୧୦୦୦ ଟଙ୍କା
୭- ମହିଳାଙ୍କ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ଋଣଛାଡ
୮- କନ୍ୟା ବିବାହ ପାଇଁ ୫୧୦୦୦ ଅନୁଦାନ ରାଶି
୯- ବିଧାନ ପରିଷଦ ଗଠନ
୧୦- ପ୍ରତିମାସରେ ଗୋଟିଏ ପରିବାରର ଜଣେ ବେରୋଜଗାର ଯୁବକଙ୍କୁ ୧୦ହଜାର ଭତ୍ତା ପ୍ରଦାନ
୧୧- ଓକିଲ ଏବଂ ସାମ୍ବାଦିକଙ୍କ ପାଇଁ ସୁରକ୍ଷା ଅଧିନିୟମ
୧୨ -ପୋଲିସ ବିଭାଗରେ ମହିଳାଙ୍କୁ ପ୍ରାଥମିକତା
୧୩ -ସମସ୍ତ କୃତୀ ଛାତ୍ରଙ୍କୁ ଫ୍ରି ଲାପଟପ
ଏହି ଅବସରରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ କମଲନାଥ, ଦିଗବିଜୟ ସିଂ, ନିର୍ବାଚନ ସମିତି ମୁଖ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଦି ଉପସ୍ଥିତ ରହିଥିଲେ । କମଲନାଥ କହିଥିଲେ କି ବିଜେପି ଇସ୍ତାହାର ବଦଳରେ ଜୁମଲାପତ୍ର ଘୋଷଣା କରିଛି । କଂଗ୍ରେସ ବିକାଶର ଏକ ନୂଆ ମାନଚିତ୍ର ନିର୍ମାଣ କରିବ । ଏହି ଇସ୍ତାହାର ପିସିସିରେ ନୁହେଁ ବରଂ ରାସ୍ତା ଏବଂ ଚାଷଜମି ଗସ୍ତକରି ପ୍ରସ୍ତୁତ କରାଯାଇଛି ।
ଏହା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ କି, କଂଗ୍ରେସ ବିଚାରଧାର ସକରାତ୍ମକ, ପ୍ରଗତିଶୀଳ ଏବଂ ନୂଆ ସକାଳକୁ ନେଇ ଆଧାର ହୋଇଛି । ପ୍ରଥମଥର ପାଇଁ ଘୋଷଣାପତ୍ର ନୁହେଁ ବଚନ ପତ୍ର ଏବଂ ସଂକଳ୍ପ ପତ୍ର ରଖାଯାଇଛି ।