Mon. Jan 6th, 2025

ମଧ୍ୟପ୍ରଦେଶ ନିର୍ବାଚନ: ମତଦାନ ପୂର୍ବରୁ ପୂଜାର୍ଚ୍ଚନା କଲେ ଶିବରାଜ ସିଂହ ଚୌହାନ

By amfnews Nov 28, 2018 #Featured
97 Views

ଭୋପାଳ, ନଭେମ୍ବର ୨୮ : ମଧ୍ୟପ୍ରଦେଶର ସମସ୍ତ ୨୩୦ ବିଧାନସଭା ଆସନରେ ବୁଧବାର ମତଦାନ ଜାରି ଥିବା ବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସକାଳୁ ନିଜ ପରିବାର ସହିତ ନର୍ମଦା ନଦୀ କୂଳରେ ପୂଜାର୍ଚ୍ଚନା କରିଛନ୍ତି । ଶିବରାଜ ସିଂହ ଚୌହାନ ନିଜର ଧର୍ମପତ୍ନୀ ସାଧନା ସିଂହଙ୍କ ସହିତ ନିଜ ଗଁ ଜୈତରେ ମତଦାନ କରିଛନ୍ତି । ଶିବରାଜ ପତ୍ନୀ ଏବଂ ପୁଅଙ୍କ ସହିତ ନିଜ ପୈତୃକ ଗ୍ରାମରେ ନଦୀ କୂଳରେ ନର୍ମଦା ଦେବୀଙ୍କୁ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି । ସେ କହିଛନ୍ତି, ଆଜି ମତଦାନ ହେଉଛି । ଏଥିପାଇଁ ଦର୍ଶନ-ପୂଜନ କରି ମତାଧିକାରର ଉପଯୋଗ କରିବାକୁ ଯାଉଛି । ବୁଧନୀ ବିଧାନସଭା ଆସନରୁ ଏଥର ଶିବରାଜ ସିଂହ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଅରୁଣ ଯାଦବଙ୍କ ସହିତ ମୁକାବିଲା ହେଉଛି ।

ମଧ୍ୟପ୍ରଦେଶରେ ୨୨୭ଟି ବିଧାନସଭା ଆସନରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ବାଲାଘାଟ ଜିଲ୍ଲାର ୩ ନକ୍ସଲ ପ୍ରଭାବିତ ଆସନରେ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ରାଜ୍ୟରେ ମୋଟ ୫,୦୪,୯୫,୨୫୧ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ । ଏଥିରେ ୨,୬୩,୦୧,୩୦୦ ପୁରୁଷ, ୨,୪୧,୩୦,୩୯୦ ମହିଳା ଏବଂ ୧୩୮୯ କୀନ୍ନର ସାମିଲ ମତଦାତା ସାମିଲ ଅଛନ୍ତି । ଏଥିରୁ ପାଖାପାଖି ୬୫,୦୦୦ ସର୍ଭିସ ମତଦାତା ଡାକ ଯୋଗେ ଭୋଟ ଦେଇ ସାରିଛନ୍ତି ।

ମଧ୍ୟପ୍ରଦେଶରେ ୬୫,୩୬୭ ମତଦାନ କେନ୍ଦ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଏଥିରୁ ପାଖାପାଖି ୧୭୦୦୦ କେନ୍ଦ୍ର ସମ୍ବେଦନଶୀଳ ଅଟେ । ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରି ଦିଆଯାଇଛି ।

By amfnews

Related Post