Fri. Mar 6th, 2026

ମଧ୍ୟପ୍ରଦେଶ ନିର୍ବାଚନ ଭୋଟ୍‌ ଗଣନା ଶେଷ, କଂଗ୍ରେସ ୧୧୪, ବିଜେପି ୧୦୯ ଆସନରେ ବଜୟୀ

354 Views

ଭୋପାଳ, ଡିସେମ୍ବର ୧୨ : ଗତକାଲି ଠାରୁ ଆରମ୍ଭ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ୍‌ ଗଣତି ଆଜି ସକାଳେ ଶେଷ ହୋଇଛି। ମଧ୍ୟପ୍ରଦେଶ ଜନତା କୌଣସି ଦଳକୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ପ୍ରଦାନ କରି ନ ଥିବା ବେଳେ ଛତିଶଗଡ଼ ଓ ରାଜସ୍ଥାନରେ ବିଜୟ ପତାକା ଉଡ଼ାଇଥିିବା କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ମଧ୍ୟ ସଂଖ୍ୟାଗରିଷ୍ଠ ଦଳ ଭାବେ ନିଜକୁ ପ୍ରତିଷ୍ଠିତ କରି ପାରିଛି। ଭୋଟ ଗଣନାର ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ ମଧ୍ୟପ୍ରଦେଶରେ କଂଗ୍ରେସ ୧୧୪ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୦୯ଟି ଆସନରେ ସୀମିତ ରହିଛି। ସେହିପରି ବହୁଜନ ସମାଜପାଟି ୨ଟି,ସମାଜବାଦୀ ପାର୍ଟି ଗୋଟିଏ ଓ ୪ ଜଣ ନିର୍ଦଳୀୟ ପାର୍ଥୀ ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ସେଠାରେ ସରକାର ଗଠନ ପ୍ରକ୍ରିୟା ଜୋର ଧରିଛି। ୧୧୪ଟି ଆସନ ଅକ୍ତିଆର କରିଥିବା କଂଗ୍ରେସ ଦଳ ସମାଜବାଦୀ ପାର୍ଟି ଓ ବହଜନ ସମାଜ ପାର୍ଟି ସହାୟତାରେ ମଧ୍ୟପ୍ରଦେଶରେ ସରକାର ଗଠନ ଲାଗି ନିଜର ଦାବି ଜଣାଇଛି।
ସୂଚନାଯୋଗ୍ୟ ଯେ ଗତକାଲି ମଧ୍ୟପ୍ରଦେଶ ପିସିସି ସଭାପତି କମଲନାଥ ରାଜ୍ୟରେ କଂଗ୍ରେସ ସରକାର ଗଠନ ପାଇଁ ଅନୁମତି ଦେବାକୁ ରାଜ୍ୟପାଳଙ୍କୁ ଜଣାଇଥିଲେ। ମାତ୍ର ଶେଷ ଭୋଟ୍‌ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଗଭର୍ଣ୍ଣର କମଲନାଥଙ୍କୁ କହିଥିଲେ। ତେବେ ଆଜି ସକାଳେ ଭୋଟ୍‌ ଗଣତିର ଶେଷ ଫଳାଫଳ ଘୋଷଣା ହେବା ପରେ ସରକାର ଗଠନ ପ୍ରକ୍ରିୟା ଜୋର ଧରିଛି।

By amfnews

Related Post