Sun. Nov 24th, 2024

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀ ଗିରଫ

By amfnews Aug 20, 2019 #Featured
130 Views

ନୂଆଦିଲ୍ଲୀ  : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀକୁ ଇଡି ଗିରଫ କରିଛି । ତାଙ୍କ ଉପରେ ୩୫୪ କୋଟି ବ୍ୟାଙ୍କ ଘୋଟାଲାର ଅଭିଯୋଗ ରହିଛି । ଦୁଇ ଦିନ ପୂର୍ବରୁ ଏହି ମାମଲାରେ ସିବିଆଇ ପୁରୀ ଏବଂ ଅନ୍ୟ ୨ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପୁରୀ ମୋଜରବେୟରର ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ।

ପୁରୀଙ୍କ ବ୍ୟତୀତ ତାଙ୍କ ମାଆ ନୀତା ପୁରୀ, ଏମବିଆଇଏଲ କମ୍ପାନୀ, ତାଙ୍କ ପିତା ଦୀପକ ପୁରୀ, ସଞ୍ଜୟ ଜୈନ, ଓ ବୀନିତ ଶର୍ମା ମଧ୍ୟ ସାମିଲ ଅଛନ୍ତି । ଏମାନଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଫର୍ଜି କରିବା ଓ ଭ୍ରଷ୍ଟାଚାରର ବିଭିନ୍ନ ଅଭିଯୋଗ ରହିଛି ।

ବ୍ୟାଙ୍କ କହିଛି କି, ୨୦୧୨ରେ ରତୁଲ କାର୍ଯ୍ୟକାରୀ ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଥିଲେ କିନ୍ତୁ ତାଙ୍କର ପିତାମାତା ବୋର୍ଡ ଅଫ ଡାଇରେକ୍ଟର୍ସରେ ସାମିଲ ଥିଲେ । ବ୍ୟାଙ୍କ ଅଭିଯୋଗ ଆଣିଛି କି, କମ୍ପାନୀ ୨୦୦୯ରୁ ଅଲଗା ଅଲଗା ବ୍ୟାଙ୍କରୁ ଋଣ ନେଉଥିଲା । କିନ୍ତୁ ଯେତେବେଳେ କମ୍ପାନୀ ଋଣ ପରିଶୋଧ କରିବାକୁ ଅସମର୍ଥ ହୋଇ ପଡିଥିଲା ସେହି ସମୟରେ ଏକ ଫରେନସିକ୍ ଅଡିଟ କରାଯାଇ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଖାତାକୁ ୨୦ ଅପ୍ରେଲ ୨୦୧୯ରେ ଫର୍ଜି ଘୋଷଣା କରାଯାଇଥିଲା ।

By amfnews

Related Post