175 Views
ଭୋପାଳ, ଜାନୁଆରୀ ୨୨ : ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଯିବା ନେଇ ଚର୍ଚ୍ଚା ହେଉଛି । କାରଣ ଗତକାଲି ବିଳମ୍ବିତ ରାତ୍ରରେ କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହାନଙ୍କୁ ସାକ୍ଷାତ କରିଛନ୍ତି । ଏହି ଦୁଇ ନେତାଙ୍କ ମଧ୍ୟ ପାଖାପାଖି ୩୦ମିନିଟ ଧରି ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ଶିବିରରେ ହଲଚଲ ସୃଷ୍ଟି ହୋଇଛି ।
ଗତକାଲି ରାତ୍ରରେ ସିନ୍ଧିଆ ଭୋପାଳରେ ପହଁଚି ଥିଲେ । ଏଠାରେ ସେ ଜଣେ କଂଗ୍ରେସ ନେତାଙ୍କୂ ଭେଟିବା ପରେ ଶିବରାଜଙ୍କ ଲିଙ୍କରୋଡରେ ଥିବା ବାସସ୍ଥାନକୁ ଯାତ୍ରା କରିଥିଲେ । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିବା ସେ କହିଛନ୍ତି । ଗଣତନ୍ତ୍ରରେ ବିରୋଧୀଙ୍କର ଏକ ମହତ୍ୱପୂର୍ଣ୍ଣ ଭୂମିକା ଥିବା ସେ କହିଛନ୍ତି ।
ରାଜ୍ୟରେ ରାଜନୈତିକ ପରିସ୍ଥିତିକୁ ଦେଖିଲେ ଗତ ସପ୍ତାହେ ମଧ୍ୟରେ ଦୁଇଜଣ ବିଜେପି ନେତାଙ୍କ ହତ୍ୟା କରାଯାଇଛି । ଏହି ଘଟଣାକୁ ନେଇ ଶିବରାଜ କଂଗ୍ରେସ ସରକାରକୁ ଅଡୁଆରେ ପକାଇଛନ୍ତି । ସୂଚନାଯୋଗ୍ୟ କି, ଗତ ୭ଦିନ ମଧ୍ୟରେ ୫୦ ବର୍ଷିୟ ଜଣେ ବିଜେପି ସମର୍ଥିତ ନଗରପାଳଙ୍କ ସମେତ ଆଉ ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।