Sat. Mar 7th, 2026

ମଥୁରାରେ ମୋଦୀ: ପ୍ଲାଷ୍ଟିକ୍‌ ଆବର୍ଜନା ବାଛିଲେ, ବାଛୁରୀ ସଙ୍ଗରେ ଖେଳିଲେ

279 Views

ମଥୁରା : ବିଭିନ୍ନ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବାକୁ ଦିନକ ପାଇଁ ମଥୁରା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ସହରର ଆବର୍ଜନାରୁ ପ୍ଲାଷ୍ଟିକ୍‌ ଅଳିଆ ଗୋଟାଉଥିବା ମହିଳାମାନଙ୍କୁ ଭେଟି ସେମାନଙ୍କୁ କାମରେ ସାହାଯ୍ୟ କରିଛନ୍ତି।

ଦେଶରୁ ପ୍ଲାଷ୍ଟିକ୍‌ ବ୍ୟବହାର ସମ୍ପୂର୍ଣ୍ଣ ହଟାଇବା ଅଭିଯାନରେ ବାହାରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଥୁରାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ମହିଳାମାନଙ୍କ ସହ ମିଶି ଆବର୍ଜନା ଗଦାରୁ ପ୍ଲାଷ୍ଟିକ୍‌ ବାଛୁଥିବାର ଦେଖା ଯାଇଥିଲା। ଆଜିଠାରୁ ପୂର୍ଣ୍ଣରୂପେ ପ୍ଲାଷ୍ଟିକ୍‌ ବ୍ୟବହାର ନିଷିଦ୍ଧ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅଭିଯାନ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

ANI UP

@ANINewsUP

Prime Minister Narendra Modi plays with a cow and its calf in Mathura.

Embedded video

ଗୋରୁଗାଈଙ୍କର ପାଦ ଓ ମୁଖ ରୋଗ ଏବଂ ବ୍ରୁସିଲେସିସ୍‌ ରୋଗ ନିରାକରଣ ଓ ପାଦ ଓ ମୁଖ ରୋଗର ପ୍ରତିଷେଧ ଭାବେ ୫୦୦ ନିୟୁତ ଗୋରୁ, ମହିଷ, ମେଣ୍ଢା, ଛେଳି ଓ ଘୁଷୁରି ଆଦିଙ୍କ ‘ନେସ୍‌ନାଲ୍‌ ଆନିମଲ୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ପ୍ରୋଗ୍ରାମ୍‌’ର ଲକ୍ଷ୍ୟ ରହିଛି।

ବ୍ରୁଲିଲେସିସ୍‌ ପ୍ରତିକାର ନିମନ୍ତେ ବାର୍ଷିକ ୩୬ ନିୟୁତ ଗାଈମହିଷାଦିଙ୍କୁ ଟିକା ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମର ରହିଛି ଦୁଇଟି ପର୍ଯ୍ୟାୟ- ୨୦୧୫ ସୁଦ୍ଧା ରୋଗକୁ ଆୟତ୍ତ କରିବା ଏବଂ ୨୦୩୦ ସୁଦ୍ଧା ରୋଗ ହଟାଇବା। ବୁଧବାର ପ୍ରତ୍ୟୁଷରେ ପ୍ରଧାନମନ୍ତ୍ରୀ ମୋଦୀ ମଥୁରାରେ ପହଞ୍ଚିବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ପାଛୋଟି ନେଇଥିଲେ।

 

By amfnews

Related Post