113 Views
ବାଲେଶ୍ୱର : ମଝି ରାସ୍ତାରେ ଜଳିଗଲା ଟ୍ରକ୍ । ବାଲେଶ୍ୱର ଜିଲ୍ଲା ବସ୍ତା ଏନ୍ଏଚ୍ ୬୦ର ସନ୍ତୋଷପୁର ଛକ ନିକଟରେ ଘଟିଯାଇଛି ଏପରି ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ପୁରୁଣା ଟୋଲ ଗେଟ କାନ୍ଥରେ ପିଟି ହୋଇଯାଇଥିଲା । ଫଳରେ ଟ୍ରକରେ ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକ୍ର ଇଞ୍ଜିନ ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ଡ୍ରାଇଭର ଓ ହେଲପର୍ ସୁରକ୍ଷିତ ଥିବା ଜଣାପଡିଛି।