Fri. Jan 24th, 2025

ଭୟଙ୍କର ହୋଇ ମାଡ଼ି ଚାଲିଛି ବାତ୍ୟା ‘ନିଭାର୍ ‘, ଆଜିଠୁ ଓଡ଼ିଶାରେ ବର୍ଷା ସମ୍ଭାବନା

By amfnews Nov 25, 2020 #Featured
141 Views

ନୂଆଦିଲ୍ଲୀ, ନଭେମ୍ବର 25 : ବଙ୍ଗୋପସାଗରରେ ଥିବା ଏକ ଲଘୁଚାପ ଘନୀଭୂତ ହୋଇ ଭୀଷଣ ବାତ୍ୟା ନିଭାରରେ ପରିଣତ ହୋଇଛି।  ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରୁଛି ।  ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବ । ଏବଂ ତାମିଲନାଡୁର କରାଇକାଲ ଏବଂ ମଲାପୁରାମ ଉପକୂଳ ଦେଇ ଆଜି ଅପରାହ୍ନ 5 ଟା ପର୍ଯ୍ୟନ୍ତ ପାଣିପାଗ ବିଭାଗ ସୂଚନା ଦେଇଛି ।

ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳରେ ମଙ୍ଗଳବାର ରାତିରୁ ଧାରା 144 ଲାଗୁ କରାଯାଇଛି । ଯାହା ଗୁରୁବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଆଜି ସଂଧ୍ୟା ସୁଦ୍ଧା ଏହା ତାମିଲନାଡ଼ୁ ଓ ପୁଡୁଚେରି ନିକଟରେ ଉପକୂଳ ଛୁଇଁବ ବୋଲି ଆଜି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଏଥିଯୋଗୁଁ ଓଡ଼ିଶାକୁ ବିପଦ ନଥିଲେ ମଧ୍ୟ ଆଜିଠୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ।  କିନ୍ତୁ ପବନର ପ୍ରଭାବ ଓଡ଼ିଶାରେ ରହିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆହୁରି କୁହାଯାଇଛି ଯେ ୨୫ ଓ ୨୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ । 

By amfnews

Related Post