Sat. Nov 23rd, 2024

ଭୋପାଳ ଗଲା ନମୁନା: ରାଉରକେଲାରେ ବାର୍ଡ ଫ୍ଲୁ ବ୍ୟାପିବା ନେଇ ଆତଙ୍କ!

By amfnews Dec 17, 2018 #Featured
266 Views

ରାଉରକେଲା, ୧୭ା୧୨  : ପୁରୀ ଓ ଅନ୍ୟ ଜିଲ୍ଲାରେ ପକ୍ଷୀ ମଡ଼କ ବା ବାର୍ଡ଼ ଫ୍ଲୁ ଆନୁମାନ କରି ସହରରେ ପଶୁପକ୍ଷୀଙ୍କ ପାଇଁ ଆର୍ତ୍ତ ଚିକ୍ରାର କରୁଥିବା ଆର୍ମି ଅନୁଷ୍ଠାନ ଜିଲା ପ୍ରଶାସନ ଓ ଆର୍ଏସ୍ପି ପ୍ରଶସାନକୁ ସତର୍କ କରାଇବା ସତ୍ତେ୍ୱ କୌଣସି ବିହୀତ ପଦକ୍ଷେପ ଗ୍ରହଣ କରାନଯିବାରୁ ବାର୍ଡ ଫ୍ଲୁ ଭଳି ରୋଗ ସଂକ୍ରଣଣର ସୁଯୋଗ ପାଇଛି ବୋଲି ଆର୍ମ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ସଂଗ୍ରାମ ପରିଡା କହିଛନ୍ତି । ଏଭଳି ପରିସ୍ଥିତି ନେଇ ଶ୍ରୀ ପରିଡା ଆର୍ଏସ୍ପି କର୍ତ୍ତୃପଙ୍କୁ ଗଣମାଧ୍ୟମ ଜରିଆରେ ସୂଚନା ଦେବା ସହ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ ଜଣାଇଥିଲେ ।

ତେବେ ବିହୀତ ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ସହରରେ ବାର୍ଡ ଫ୍ଲୁର ଆତଙ୍କ ଖେଳି ଯାଇଛି ବୋଲି ଶ୍ରୀ ପରିଡା ସୂଚନା ଦେଇଛନ୍ତି । ତେବେ ଆର୍ମି ଅନୁଷ୍ଠାନ ପକ୍ଷରୁ ପୂର୍ବାନୁମାନ ପୂର୍ବକ ଜିଲା ପ୍ରଶାସନ ଓ ଆର୍ଏସ୍ପି ପ୍ରଶାସନକୁ ସତର୍କ କରାଯାଇଥିଲେ ମଧ୍ୟ ଉଭୟ ଅନୁଷ୍ଠାନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଶ୍ରୀ ପରିଡା କହିଛନ୍ତି, ଯାହା ଫଳରେ ରାଜ୍ୟର ପୁରୀ ସମେତ ରାଉରକେଲାରେ ବାର୍ଡ ଫ୍ଲୁର ଆତଙ୍କ ଦେଖିବାକୁ ମିଳୁଛି ବୋଲି କହିଛନ୍ତି । ଇସ୍ପାତ ସହର ଠାରୁ ପ୍ରାୟ ୪ କିମି ଦୂରରେ ଥିବା ବନ୍ଧମୁଣ୍ଡା ଡିଜେଲ କଲୋନୀ ଓ ସେକ୍ଟର(ଇ) ବ୍ଲକ୍ର ଭୂତ ବଙ୍ଗଳା କୁହାଯାଉଥିବା ଅଞ୍ଚଳରେ କିଛି କାଉ ଓ ବଣି ଚଢ଼େଇ ମରିପଡ଼ିଥିବା ଦେଖିବାକୁ ମିଳିଛି । ଏ ନେଇ ସହରବାସୀ ଓ ପକ୍ଷୀପାଳକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଏହି ଅଞ୍ଚଳରେ ପ୍ରାୟ ୬୦ ରୁ ଊଦ୍ଧ୍ୱର୍ କାଉ ମରିପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଥଣ୍ଡାର ପ୍ରକୋପ ଯୋଗୁଁ ଏହି ରୋଗ ସହଜରେ ବ୍ୟାପୁଥିବାର ଦେଖାଯାଇଛି । ୭ ଦିନ ମଧ୍ୟରେ ବନ୍ଧମୁଣ୍ଡା, ସେକ୍ଟର-୨୦, ଛେଣ୍ଡ ବାଗୁଡ଼ିବସ୍ତି, ଲାଗୁନ ପାର୍କ ଆଦିରେ ପକ୍ଷୀ ମରିପଡି଼ଥିବା ଦେଖାଯାଇଛି । ସହରର ସଫେଇ ଦାୟିତ୍ୱରେ ଥିବା କର୍ମୀମାନେ ଏହିପରି ପକ୍ଷୀ ମରିପଡ଼ୁଥିବାର କହିଛନ୍ତି । ଏହି ଘଟଣା ପ୍ରଶାସନର ଦୃଷ୍ଟି ଗୋଚର ହେବା ପରେ ଆଜି ସହରର ଆଇଜି ପାର୍କରୁ ୭ଟି, ବାସନ୍ତୀ କଲୋନୀରୁ ୭ଟି ସମେତ ଏସ୍ଟିଆଇ ବିଭିନ୍ନ ସ୍ଥାନରୁ ମୋଟ ୫୨ଟି ନମୂନା ସଂଗ୍ରହ କରି ଭୋପାଳ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ହାଇ ସିକ୍ୟୁରିଟି ଆନିମଲ ଡିଜିଜ (ଏନଆଇଏଚଏସଏଡ଼ି) ଲାବରେଟାରୀକୁ ପଠାଯାଇଥିବା ଜିଲ୍ଲା ପ୍ରାଣୀ ଚିକିତ୍ସକ ଡା. ପିକେ ମହାରଣା କହିଛନ୍ତି ।

ତେବେ ଶୀତ ଆରମ୍ଭରୁ ଏହି ରୋଗର କାରଣ ଓ ନିରାକାରଣ ପାଇଁ ଜିଲ୍ଲା ପ୍ରାଣୀ ବିଭାଗ ପକ୍ଷରୁ ଆକ୍ଟୋବର ମାସରୁ ନମୂନା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୪ଟି ପକ୍ଷୀଙ୍କ ସିରମ ନମୂନା ପରୀକ୍ଷଣ ପାଇଁ ପଠାଯାଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗର କୌଣସି ସ୍ପଷ୍ଟୀକରଣ ହସ୍ତଗତ ହୋଇନାହିଁ । ତେଣୁ ଆଖାପାଖରେ ଥିବା ପକ୍ଷୀ ଚାଷୀମାନେ ଏଥିରେ ଭୟଭୀତ ହେବାର ନାହିଁ ବୋଲି ଡା. ମହାରଣା କହିଛନ୍ତି । ବର୍ତ୍ତମାନ ଘରୋଇ ପକ୍ଷୀ ଗୁଡ଼ିକୁ ରାନିକ୍ଷେତ ଔଷଧ ଦିଆଯାଉଛି ବୋଲି ସେ କହିଛନ୍ତିକ । ମାତ୍ର ପଶୁପ୍ରେମୀ ମହଲରେ ଏହି ରୋଗକୁ ନେଇ ଆତଙ୍କ ଦେଖାଦେଇଥିବା ପଶୁପ୍ରେମୀ ଅନୁଷ୍ଠାନ ‘ଆର୍ମି’ ପକ୍ଷରୁ କୂୁହାଯାଇଛି । ଲୋକେ ଏ ନେଇ ସଚେତନ ନ ଥିବାରୁ ରୋଗ ବ୍ୟାପିବାରେ ଲାଗିଛି । ଫଳରେ ଏଥିରେ ପାଳିତ ପଶୁପକ୍ଷୀ ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଛି ବୋଲି ‘ଆର୍ମି’ ଅନୁଷ୍ଠାନର ଟ୍ରଷ୍ଟି ସଂଗ୍ରାମ ପରିଡ଼ା କହିଛନ୍ତି । ସମୟ ପୂର୍ବରୁ ଏହାର ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି । ଅପରପକ୍ଷରେ ରାଉରକେଲା ଓ ଆଖାପାଖାରେ ଥିବା କୁକୁଡ଼ା ଫାର୍ମ ମାନଙ୍କରେ ନିଷେଧକ ବ୍ୟବହାର ଆରମ୍ଭ ହୋଇଛି ।

By amfnews

Related Post