Mon. Jun 16th, 2025

ଭୋପାଳରେ ବର୍ଷା ବନ୍ଦ ପାଇଁ ଛାଡ଼ପତ୍ର ଦେଲେ ଦୁଇ ମାସ ତଳେ ବିବାହିତ ବେଙ୍ଗ ଦମ୍ପତି

By amfnews Sep 12, 2019 #Featured
187 Views

ଭୋପାଳ  : ବର୍ଷା କରାଇବା ନିମନ୍ତେ ଇନ୍ଦ୍ର ଦେବଙ୍କୁ ତୁଷ୍ଟ କରାଇବାକୁ ଜୁଲାଇ ୧୯ ତାରିଖ ଦିନ ମରୁଡ଼ି ପ୍ରପୀଡ଼ିତ ଭୋପାଳରେ ବହୁ ଆଡ଼ମ୍ବରରେ ଦୁଇଟି ବେଙ୍ଗଙ୍କୁ ବିବାହ ଦିଆ ଯାଇଥିଲା, କିନ୍ତୁ ବର୍ଷା ବନ୍ଦ କରାଇବା ନିମନ୍ତେ ପୁଣି ସେ ବେଙ୍ଗ-ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ଦିଆ ନିଆ କରାଯାଇଛି। ମନ୍ତ୍ରପାଠପୂର୍ବକ ବେଙ୍ଗ ଦମ୍ପତିଙ୍କ ଛାଡ଼ପତ୍ର ଅନୁଷ୍ଠାନ ହୋଇଥିଲା। ଓଁ ଶିବ ସେବା ଶକ୍ତି ମଣ୍ଡଳର ସଦସ୍ୟମାନଙ୍କର ବିଶ୍ୱାସ ବେଙ୍ଗ ଛାଡ଼ପତ୍ର ଭୋପାଳବାସୀଙ୍କୁ ବର୍ଷା ବିତ୍ପାତରୁ ଆଶ୍ୱସ୍ତି ଦେବ।

ଏବେ ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଅଣାୟତ। ସେପ୍ଟେମ୍ବର ୧୧ ତାରିଖ ସୁଦ୍ଧା ମଧ୍ୟପ୍ରଦେଶରେ ସ୍ୱାଭାବିକ ବୃଷ୍ଟିପାତ ଠାରୁ ୨୬% ଅଧିକ ବର୍ଷା ହେବାରୁ ରାଜ୍ୟର ଅଧିକାଂଶ ଭାଗରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ଦିନ ଭୋପାଳ ସହରରେ ହୋଇଥିବା ବୃଷ୍ଟିପାତ ବିଗତ ୧୩ ବର୍ଷର ରେକର୍ଡ ଭାଙ୍ଗିଛି।ଗତ ୨୪ ଘଣ୍ଟା ମଧ୍ୟରେ ଭୋପାଳରେ ୪୮ ମିଲିମିଟର୍‌ ପ୍ରବଳ ବର୍ଷା ହୋଇଛି। କାଳିୟାସୋତ ଜଳଭଣ୍ଡାର ଏବଂ ଭଦଭଦା ଜଳଭଣ୍ଡାରର ଦୁଇଟି ଗେଟ୍‌ ଖୋଲାଯାଇଛି। ଜଳ ନିଷ୍କାସନ ନିମନ୍ତେ ତିନି ବର୍ଷ ପରେ କୋଲାର ଜଳଭଣ୍ଡାର ଖୋଲାଯାଇଛି।

By amfnews

Related Post