Tue. Nov 26th, 2024

ଭୋଡ଼ାଫୋନ ଲଞ୍ଚ କଲା ନୂଆ ପ୍ଲାନ, ୨୨୯ ଟଙ୍କାରେ ପାଇବେ ଏହି ସୁବିଧା

By amfnews Jul 22, 2019 #Featured
93 Views

ନୂଆଦିଲ୍ଲୀ  : ଟେଲିକମ ମାର୍କେଟରେ ରିଲାଏନ୍ସ ଜିଓର ପ୍ରବେଶ ପରେ ଅନ୍ୟ ଟେଲିକମ କମ୍ପାନୀମାନେ ମଧ୍ୟ ଆକର୍ଷଣୀୟ ପ୍ଲାନ ବାବଦରେ ଘୋଷଣା କରୁଛନ୍ତି | ନିଜ ଉପଭୋକ୍ତାଙ୍କୁ ବାନ୍ଧି ରଖିବା ପାଇଁ ଦେଶର ଅଗ୍ରଣୀ ଟେଲିକମ କମ୍ପାନୀ ଭୋଡ଼ାଫୋନ ଏହାର ନୂଆ ପ୍ଲାନ ୨୨୯ ବାବଦରେ ଘୋଷଣା କରିଛି | ଏହି ପ୍ଲାନ ଆକ୍ଟିଭ କରିବା ପରେ ଜଣେ ଉପଭୋକ୍ତା ପ୍ରତିଦିନ ୨ ଜିବି ଲେଖାଏଁ ଡାଟା ପାଇବା ସହ ଏହାର ବୈଧତା ୨୮ ଦିନ ରହିବ |

ଏହାଛଡା ବ୍ୟବହାରକାରୀ ଅସୀମିତ ଲୋକାଲ, ଏସଟିଡି କଲ ସହ ପ୍ରତିଦିନ ୧୦୦ଟି ଏସଏମଏସ ମଧ୍ୟ ପଠାଇପାରିବେ | ଏହି ଯୋଜନା ଅନୁସାରେ ଜଣେ ବ୍ୟକ୍ତି ଭୋଡାଫୋନ ଆପକୁ ଯାଇ ଲାଇଭ ଟିଭିର ମଧ୍ୟ ଲାଭ ଉଠାଇପାରିବ | ସେହିପରି ଭୋଡାଫୋନ ଏହାର ୧୩୯ ପ୍ଲାନରେ ପରିବର୍ତ୍ତନ କରିଛି |

ଏହି ପ୍ଳାନର ବୈଧତା ୨୮ ଦିନ ଥିବାବେଳେ ଏହି ପ୍ଲାନରେ ପୂର୍ବରୁ ୨ ଜିବି ଡାଟା ପ୍ରତିଦିନ ମିଳୁଥିଲା | କିନ୍ତୁ ଏଥିରେ ଏବେ ପରିବର୍ତ୍ତନ କରାଯାଇଛି | ଏଣିକି ଗ୍ରାହକ ଅନଲିମିଟେଡ଼ ଫୋନ କଲ ସହ ସମୁଦାୟ ୩ ଜିବି ଡାଟା ହିଁ ପାଇପାରିବେ |

By amfnews

Related Post