Sat. Jun 7th, 2025

ଭୋଟର ତାଲିକା ସଂଶୋଧନ ସଂପର୍କରେ ରାଜନୈତିକ ଦଳଙ୍କ ସହ ବୈଠକ ।

By amfnews Dec 8, 2018 #Featured
249 Views

ଯାଜପୁର, ୦୮/୧୨: ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଭୋଟର ତାଲିକା ସଂଶୋଧନ ସଂପର୍କରେ ଏକ ବୈଠକ ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ଠାରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ସଂଶୋଧନ କାର୍ଯ୍ୟ ମାଧ୍ୟମରେ ଏକ ସଠିକ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତର ଲକ୍ଷ୍ୟ ରଖି ନିର୍ବାଚନ କମିଶନ ଏହି ବ୍ୟବସ୍ଥା କରିଚ୍ଥନ୍ତି ।

ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରାପ୍ତ ଆବେଦନ ଗୁଡିକୁ ତନଖି କରାଯାଇ ଦାୟିତ୍ୱରେ ଥିବା ଭେଣ୍ଡରଙ୍କୁ ପ୍ରଦାନ କରାଯାଇଚ୍ଥି ଏବଂ ଏହି କାର୍ଡ ଗୁଡିକ ପ୍ରସ୍ତୁତ ହେବା ପରେ ଜାତୀୟ ମତଦାତା ଦିବସରେ ଭୋଟର ମାନଙ୍କୁ ବଣ୍ଟନ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ନିର୍ବାଚନ କମିଶନଙ୍କ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି ନୂତନ ନାମ ଯୋଗ ପାଇଁ ୫୩୭୪୬ ପଂର୍ମ ମିଳିଥିବା ବେଳେ ବାଦ ପାଇଁ ୨୫୫୬୦, ସଂଶୋଧନ ପାଇଁ ୨୩୧୮୫ ଓ ସ୍ଥାନାନ୍ତର ପାଇଁ ୧୩୨୬ ଗୋଟି ଆବେଦନ ପତ୍ର ମିଳିଥିବାର ସୂଚନା ଦେଇଥିଲେ ।

ଡିସେମ୍ୱର ୧୦ ତାରିଖରୁ ୧୨ ତାରିଖ ଓ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରରେ ଏକ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଜନୈତିକ ଦଳର ବୁଥ୍ ଏଜେଣ୍ଟମାନେ ଯୋଗଦାନ ପାଇଁ ଡେପୁଟୀ କଲେକ୍ଟର କାଜଲ ପ୍ରଧାନ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଭାରତୀୟ ଜନତା ପାର୍ଟିର ଜିଲ୍ଳ୍ା ଜେନେରାଲ ସେକ୍ରେଟାରୀ ସୁଦିପ୍ତ କୁମାର ପଣ୍ଡା ଯାଜପୁର ଜିଲ୍ଳ୍ା କମୁନିଷ୍ଟ ପାର୍ଟିର୍ର ସେକ୍ରେଟାରୀ ମଳୟ ପଣ୍ଡା, ଭାରତୀୟ ଜାତୀୟ କଂଗ୍ରେସ ଜିଲ୍ଳ୍ା ସେକ୍ରେଟାରୀ ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

By amfnews

Related Post