Fri. Mar 6th, 2026

ଭୋଜିରେ ଆକ୍ରମଣ; ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ସ୍ତ୍ରୀ

259 Views

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନାର ଭାଟସାହିରେ ସାମାନ୍ୟ କଥା କଟାକଟିରୁ ହୋଇଥିବା ମରଣାନ୍ତକ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି। ମୃତ ମହିଳାଙ୍କ ନାଁ ମାନି ସିଂ। ତାଙ୍କ ସ୍ୱାମୀ ନିରଞ୍ଜନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ପୂରା ଘଟଣାଟି ଏହିପରି। ଗତକାଲି ରାତିରେ କିଛି ଯୁବକ ଭୋଜି କରୁଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଆଉ କିଛି ଯୁବକଙ୍କ ସହ ମନୋଜ ନାୟକଙ୍କର ଝଗଡ଼ା ଆରମ୍ଭ ହୋଇଗଲା। ଭୋଜିରେ ସାମିଲ ହୋଇଥିବା ନିରଞ୍ଜନ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ମନୋଜ ଏବଂ ନିରଞ୍ଜନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।  ଅନ୍ୟ ସାଙ୍ଗମାନେ ମୀମାଂସା କରିବାରୁ ଦୁହେଁ ଘରକୁ ପଳାଇଥିଲେ।

ତେବେ ବିଳମ୍ବିତ ରାତିରେ ମନୋଜ ନିଶାସକ୍ତ ଅବସ୍ଥାରେ ନିରଞ୍ଜନଙ୍କ ଘରକୁ ଯାଇ କବାଟ ବାଡ଼େଇ ଡାକିଥିଲେ। ନିରଞ୍ଜନ କବାଟ ଖୋଲିବାରୁ ମନୋଜ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ମାନି ଚେଷ୍ଠା କରିବାବେଳେ ମନୋଜ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ମାନିଙ୍କର ମୃତ୍ୟୁ ହୋଇଥିବାବେଳେ ନିରଞ୍ଜନଙ୍କୁ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ମନୋଜ ଫେରାର ହୋଇଯାଇଛନ୍ତି।

By amfnews

Related Post