Sat. Mar 7th, 2026

ଭୁଶୁଡିଲା ବିଦ୍ୟାଳୟ ପାଚେରି ଦୁଇ ଛାତ୍ର ଆହତ

565 Views

ଭଣ୍ଡାରିପୋଖରୀ/ମଞ୍ଜୁରୀରୋଡ , ଡିସେମ୍ବର ୧୪ : ଭଣ୍ଡାରିପୋଖରୀ ବ୍ଲକର ସ୍ଥାନୀୟ ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବିଶୋଳ କୁଲଣା ମୈତ୍ରୀ ଉଚ୍ଚ ବିଦ୍ୟାପୀଠର ପାଚେରି ଭୁଶୁଡିବା ଯୋଗୁ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ଆଜି ମଧୢାହ୍ନରେ ଛାତ୍ରଛାତ୍ରୀମାନେ ମଧୢାହ୍ନଭୋଜନ ଖାଇବା ପରେ କେତେଜଣ ଛାତ୍ର ପାଚେରି ନିକଟରେ ଖେଳୁଥିଲେ। ହଠାତ ବିଦ୍ୟାଳୟର ଛଅ ଫୁଟ ଓସାରର ଏକ ପାଚେରି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା। ସେଠାରେ ସାଙ୍ଗମାନଙ୍କ ସହ ଖେଳୁଥିବା ସପ୍ତମ ଶ୍ରେଣୀରେ ପଢୁଥିବା ଦୁଇଜଣ ଛାତ୍ର ସୂର୍ଯ୍ୟନାରାୟଣ ପାତ୍ର ଓ ସୁମିତ କୁମାର ନାୟକ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଅପରାହ୍ନରେ ଅତିରିକ୍ତ ତହସିଲଦାର ଶରତ ସ୍ବାଇଁ ଓ ସ୍ଥାନୀୟ ଆରଆଇ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ଦୀପକୁ କୁମାର ପାଢୀ ଆହତ ଛାତ୍ରଦ୍ବୟଙ୍କୁ ମେଡିକାଲରେ ଭେଟିଥିଲେ। ଛାତ୍ର ଦୁଇ ଜଣ ସୁସ୍ଥ ଥିବା ଜଣାଯାଇଛି।

By amfnews

Related Post