Sun. Mar 8th, 2026

ଭୁଲ୍ ଚିକିତ୍ସା ଯୋଗୁଁ ରୋଗୀଙ୍କର ମୃତ୍ୟୁ, ଡାକ୍ତରଖାନାରେ ଉତ୍ତେଜନା

423 Views

କରଞ୍ଜିଆ : ଭୁଲ୍ ଚିକିତ୍ସା ଯୋଗୁଁ ଜଣେ ରୋଗୀଙ୍କର ମୃତ୍ୟୁକୁ ନେଇ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ମୃତ ରୋଗୀଙ୍କ ପରିବାର ଲୋକେ ବି ଡାକ୍ତରଙ୍କୁ ଘେରିଥିବାର ଖବର ମିଛି। ମୃତକ ଜଣକ ହେଲେ କରଞ୍ଜିଆ ସହରର ଦିଲୀପ କୁମାର ସାହୁଙ୍କ ପତ୍ନୀ ମନ୍ଦାକିନୀ ସାହୁ। ମନ୍ଦାକିନୀଙ୍କ ବୟସ ୩୫ ବର୍ଷ ବୋଲି ଜଣାଯାଇଛି।ସୂଚନା ଥାଉ କି ମୃତକ ମନ୍ଦାକିନୀଙ୍କ ଦୁଇଟି ଝିଅ ଅଛନ୍ତି । ସେମାନଙ୍କ ଭିତରୁ ଜଣଙ୍କର ବୟସ ପାଞ୍ଚ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କର ବୟସ ମାତ୍ର ପାଞ୍ଚ ମାସ । କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଆଜି ସକାଳେ ମନ୍ଦାକିନୀଙ୍କର ମୃତ୍ୟୁ ଘଟିବାପରେ ପରିବାର ଏବଂ ତାଙ୍କ ସଂପର୍କୀୟ ଓ ଅଞ୍ଚଳବାସୀମାନେ ଏକାଠି ହୋଇ ଏଥିଲାଗି ଡାକ୍ତରଙ୍କୁ ଦାୟୀ କରିଥିଲେ ଏବଂ ତାଙ୍କର ଭୁଲ୍ ଚିକିତ୍ସା ହେତୁ ଏହା ଘଟିଛି ବୋଲି ଅଭିଯୋଗ କରିଥିଲେ। ସେମାନେ ଡାକ୍ତରଙ୍କୁ ଠେଲାପେଲା ବି କରିଥିବା କୁହାଯାଉଛି। ଏହାପରେ ସେଠାରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା।

By amfnews

Related Post