350 Views

ଭୁବନେଶ୍ୱର , ଅକ୍ଟୋବର ୨୦:ଭୁବନେଶ୍ୱର ରେଳ ଷ୍ଟେସନରୁ ଜଣେ ନାବାଳିକା ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ଆଈ ଜିଆରପି ଥାନାରେ ଏହି ଅଭିଯୋଗ ଆଣିଛନ୍ତି ।
ଗୁରୁବାର ଦିନ ପାରାଦୀପରୁ ଆଈ ଓ ନାତୁଣୀ ଭୁବନେଶ୍ୱର ରେଳ ଷ୍ଟେସନରେ ଆସି ପହଂଚିଥିଲେ । ସେମାନଙ୍କୁ ପାରଳାଖେମୁଣ୍ଡି ଯିବାର ଥିଲା। ତେବେ ଜଣେ ଯୁବକ ନିଜକୁ ଟ୍ରେନ ଚାଳକର ପରିଚୟ ଦେଇ ସେମାନଙ୍କୁ ପାରଳାଖେମୁଣ୍ଡିରେ ଛାଡି ଦେବେ କହିଥିଲେ । ପରେ ନାବାଳିକାକୁ ଚକୋଲେଟ ଦେଇ ଯୁବକ ଜଣକ ଅପହରଣ କରିଥିବା ନେଇ ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ରେଳ ପୋଲିସ ଥାନାଧିକାରୀ ତଦନ୍ତ ଆରମ୍ଭ କରିଛି ।