ଭୁବନେଶ୍ୱର, ନଭେମ୍ବର ୧୭ : ରାଜଧାନୀ ଭୁବନେଶ୍ୱରରେ ବାଘଛାଲ ବିକ୍ରି କରିବା ଉଦ୍ୟମ ବିଫଳ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରିଥିବା ବ୍ୟକ୍ତି ଉପରେ ଅତର୍କିତ ଚଢ଼ାଉ କରିଛି । ଅଭିଯୁକ୍ତ ବ୍ୟକ୍ତି ଗିରଫ ହେବା ସହିତ ବାଘ ଛାଲ ଜବତ ହୋଇଛି ।
ସୂଚନା ଅନୁସାରେ ବରମୁଣ୍ଡା ଅଂଚଳରେ ମୟୂରଭଂଜ ଜିଲ୍ଲା କରଂଜିଆ ଅଂଚଳର ପ୍ରଶାନ୍ତ ନାୟକ ନାମରେ ଜଣେ ବ୍ୟକ୍ତି କଲରାପତରିଆ ବାଘ ଛାଲ ଜବତ କରିବା ପାଇଁ ଯୋଜନା କରିଥିଲା । ଏଥି ପାଇଁ ବ୍ୟକ୍ତି ଜଣକ ବାଘ ଛାଲକୁ ବାଇକ ଡିକି ଭିତରେ ରଖିଥିଲା । ତେବେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏସଟିଏଫ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଅଭିଯୁକ୍ତ ଯୁବକ କୌଣସି ଏକ ଗ୍ରାହକଙ୍କ ଅପେକ୍ଷାରେ ଥାଇପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ଦିନକୁ ଦିନ ରାଜଧାନୀ ଭୁବନେ ଚୋରାକାରବାରର ପେଣ୍ଠସ୍ଥଳୀ ପାଲଟୁଛି । ପୂର୍ବରୁ ରାଜଧାନୀରେ ବିପୁଳ ପରିମାଣରେ ବ୍ରାଉନସୁଗାର କାରବାର ହେଉଥିବା ବେଳ ବିଗତ ଦିନରେ ବ୍ୟାପକ ଗଂଜେଇ ଧରାପଡ଼ିଛି । ଏବେ ପୁଣି ଭୁବନେଶ୍ୱରରୁ ବାଘଛାଲ ଜବତ ହେବା ଘଟଣା ଆଶ୍ଚର୍ଯ୍ୟ ଲାଗୁଛି ।