180 Views
ଭୁବନେଶ୍ୱର, ଜାନୁଆରୀ ୨୦ : ଭୁବନେଶ୍ବର ଏମ୍ସ ଛାତରୁ ଖସି ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ରୋଗୀ ଜଣକ ଚାରିଦିନ ପୂର୍ବରୁ ମେଡିକାଲ ଆଇସିୟୁରେ ଭର୍ତି ହୋଇଥିଲେ । ରୋଗୀଙ୍କ ଘର ଖୋର୍ଦ୍ଦା ଜକରା ଗାଁରେ ହୋଇଥିବା ଜଣାପଡିଛି ।
ସୂଚନାନୁସାରେ ଗତ ୧ ୭ ତାରିଖରେ ଏହି ରୋଗୀ ଜଣକ ଅତ୍ୟଧିକ ମଦ୍ୟପାନ କରିବା ଦ୍ବାରା ଗୁରୁତର ହୋଇ ପଡିଥିଲେ । ଫଳରେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଥିଲା ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇ ଆଇସିୟୁରେ ରଖାଯାଇଥିଲା । ତେବେ ଆଇସିୟୁରେ ରହିବା ପରେ ରୋଗୀଜଣକ ଘରକୁ ଯିବାକୁ ଜିଦ କରିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ରୋଗୀ ଜଣକ ଝରକା ଗ୍ରୀଲ ଭାଂଗି ବାହାରକୁ ଆସିବାକୁ ଉଦ୍ୟମ କରିବା ସମୟରେ ଖସି ପଡିଥିଲେ ।