145 Views
ଜଳଶକ୍ତି ମନ୍ତ୍ରାଳୟ ଓ ରାଜ୍ୟ ସରକାର ମିଳିତ ଭାବେ କୌଣସି ବାଟ ବାହାର କରିବାକୁ ସେ ଲୋକସଭାରେ ଅନୁରୋଧ କରିଛନ୍ତି | ଅପରାଜିତା କହିଛନ୍ତି ଯେ ମାତ୍ର ଘଣ୍ଟାଏ ବର୍ଷା ହେବା ଦ୍ୱାରା ଭୁବନେଶ୍ୱରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି |
ଯାହାଫଳରେ ସହରବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ କିଭଳି ଭୁବନେଶ୍ୱରର ଡ୍ରେନ ଗୁଡିକୁ ମରାମତି କରାଯାଇ ଜଳ ନିଷ୍କାସନ ସୁଗମ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଅପରାଜିତା ଦାବି କରିଛନ୍ତି | ଏଥିପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅପରାଜିତା ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି |