Sun. Sep 29th, 2024

ଭୁବନେଶ୍ୱରରେ ଆରମ୍ଭ ହେଲା ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଟୀକାକରଣ, ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

By amfnews May 3, 2021 #Featured
147 Views

ଭୁବନେଶ୍ୱର, ମେ ୩ : ଆଜିଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଉଛଇ ତୃତୀୟ ପର୍ଯ୍ୟାୟ ଟୀକାକରଣ । ଡ୍ରାଏ ରନ୍ ପରେ ଅଜିଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଆଜିଠାରୁ ଟୀକାକରଣ ଆରମ୍ଭ ହୋଇଛି । ଏଥିପାଇଁ ବିଏମସି ପକ୍ଷରୁ ବ୍ୟାପକ ମଧ୍ୟ କରାଯାଇଛି । ରାଜଧାନୀରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ସକାଳ ୮ଟାରୁ ଦିନ ଗୋଟାଏ ମଧ୍ୟରେ ଟୀକାକରଣ କରାଯିବ ।

ଟୀକାକରଣ ପାଇଁ ଅନଲାଇନ ପଞ୍ଜୀକରଣ ସହ ସ୍ଲଟ୍ ବୁକିଂ କରିଥିବା ବ୍ୟକ୍ତି ନିର୍ଦ୍ଧାରିତ ତାରିଖ ଓ କେନ୍ଦ୍ରକୁ ଯାଇ ଟିକା ନେଇ ପାରିବେ । ବିନା ପଞ୍ଜୀକରଣରେ ଟିକା ଦିଆଯିବ ନାହିଁ । ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୪ ବର୍ଷ ବର୍ଗର ଲୋକେ ନେଇପାରିବେ ଟିକା । ପ୍ରତି ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଶହ ଜଣଙ୍କୁ ଟିକା ଦିଆଯିବ । ୧୮ରୁ ୪୪ ବର୍ଷ ବର୍ଗଙ୍କ ପରେ ୪୫ରୁ ଉର୍ଦ୍ଧ୍ୱଙ୍କ ପାଇଁ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଦିଆଯିବ ।

ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲ, ଏମସ, ସେଂଟ୍ରାଲ ରେଲୱେ ହସ୍ପିଟାଲ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରୁ ମିଶାଇ ମୋଟ ୨୬ଟି ସ୍ଥାନରେ ଟୀକାଦାନ କରାଯିବ । ଟିକା ନେବାକୁ ଆଧାର କାର୍ଡ ଓ ମୋବାଇଲ ନମ୍ବର ବାଧ୍ୟତାମୂଳକ କରାଯାଇଛି ।

ସେପଟେ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷଣା ପରେ ଟିକାକରଣ ନେଇ ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର କଟକ ରୋଡ ସ୍ଥିତ ଯାତ୍ରୀ ନିବାସରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି । ସକାଳ ୧୧ଟାରୁ ଅପରାହ୍ନ ୨ଟା ମଧ୍ୟରେ ୧୮ରୁ ୪୪ ବର୍ଷ ଏବଂ ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ୪୫ ବର୍ଷର ଊର୍ଦ୍ଧ୍ୱ ସାମ୍ବାଦିକଙ୍କୁ ଟିକା ଦିଆଯିବ । ସାଙ୍ଗରେ ଆଧାର କାର୍ଡ ଏବଂ ଆଇକାର୍ଡ ନେଇ ଯିବାକୁ ବିଏମସି ପକ୍ଷରୁ କୁହାଯାଇଛି ।

By amfnews

Related Post