Wed. Mar 11th, 2026

ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରୁ ବ୍ୟବସାୟୀଙ୍କ ଟଙ୍କା ଓ ମୋବାଇଲ ଝାମ୍ପି ନେଲା ଦୁର୍ବୃତ୍ତ

263 Views

ଧଉଳି  :   ଆଜି ସକାଳ ୯ଟା ସମୟରେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ଦୟା ବ୍ରିଜ ନିକଟରେ ଜଣେ ବ୍ୟବସାୟୀଙ୍କ ବାଇକ୍‌କୁ ଧକ୍କା ଦେଇ ଜଣେ ଦୁର୍ବୃତ୍ତ ୫ ହଜାର ଟଙ୍କା ସହିତ ଗୋଟିଏ ଦାମୀ ମୋବାଇଲ ଝାମ୍ପି ନେଇଛି। ଲୁଟର ଶିକାର ବ୍ୟବସାୟୀ ହେଲେ ବାଳକାଟି ଫାଣ୍ଡି ଅଧୀନ ରଙ୍ଗଣି ସାହିର ଅଜୟ କୁମାର ବେହେରା (୨୮)। ଏ ସମ୍ପର୍କରେ ସେ ଆଜି ସଂଧ୍ୟାରେ ଧଉଳି ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ପୁଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ମୁତାବକ ଅଜୟଙ୍କର ବାଳକାଟି ବଜାରରେ ଏକ ଔଷଧ ଦୋକାନ ରହିଛି। ଆଜି ସକାଳେ ସେ ବାଇକ ହ୍ୟାଣ୍ଡେଲରେ ଏକ ବ୍ୟାଗ ଝୁଲାଇ ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ଉତ୍ତରା ଛକରୁ ଜଣେ ଯୁବକ ତାଙ୍କ ପିଛା କରି ଦୟା ବ୍ରିଜ ନିକଟରେ ବାଇକରୁ ବ୍ୟାଗ୍‌ଟି ଝାମ୍ପି ନେଇ ବାଇପାସ୍‌ ରାସ୍ତାରେ ଫେରାର ହୋଇଯାଇଥିଲା। ଫଳରେ ଅଜୟ ବାଇକ୍‌ରୁ ଛିଟିକି ପଡ଼ିଥିଲେ। ସୌଭାଗ୍ୟବଶତଃ ସେ ଅଳ୍ପକେ ରକ୍ଷା ପାଇ ଯାଇଥିଲେ।

By amfnews

Related Post