Sat. Mar 7th, 2026

ଭି ଏସ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

337 Views

କୋରାପୁଟ , ୧୫ା୧୧ :କୋରାପୁଟ ଜିଲ୍ଲା ସୁନାବେଡା ମିଗ ନଗରୀରେ ସ୍ଥିତ ଭି ଏସ ବିଦ୍ୟାଳୟରେ ଶିଶୁ ଦିବସ ମହା ସମାରୋହ ରେ ପାଳନ କରାଯାଇଛି |  ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ସେଠ ଜିଗଦେଇ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାପର୍ଣ କରିବାସହ ଦେଶ ନିର୍ମାଣରେ ପଣ୍ଡିତ ନେହରୁ ଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ |
ଏଠି ସହ ପଣ୍ଡିତ ନେହରୁ କିଭଳି ପିଲ୍ଲା ମନୁଙ୍କୁ ଭଲ ପାଉ ଥିଲେ ସେଥିପ୍ରତି ମଧ୍ୟ ଭବିଷ୍ୟତ ନାଗରିକ ମାନଙ୍କୁ ସମ୍ଭୋଦିତ କରିଥିଲେ ଏବଂ ପୃଥିବୀର ବିଭିନ୍ନ ଦେଶରେ କିଭଳିଭାବେ ଶିଶୁ ଦିବସ ପାଳନ କରାଯାଇଛି ସେ ସମ୍ପର୍କରେ ଶ୍ରୀ ସେଠ ପିଲାମାନଙ୍କୁ କହିଥିଲେ | ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ – ଶିକ୍ଷୟତ୍ରୀ ମାନେ ଛାତ୍ର – ଛାତ୍ରୀ ଙ୍କୁ ମନୋରଞ୍ଜନ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଵିଦ୍ୟାଲର ମଧ୍ଯକ ଶ୍ରୀ ସେଠ ସ୍ୱୟଂ ମଧୁର ସଂଗୀତ ପରିବେଷଣ କରିଥିବା ବେଳେ ଉପାଧ୍ୟକ ପି କେ ମିଶ୍ର “ମୋବାଇଲ ମାନିଆ” ନାମକ ଏକ ନାଟକ ଅଭିନୟ କରିଥିଲେ | ଏହି ଅବସରରେ ବିଦ୍ୟାଳୟର ଏହାଦେଶ ଶ୍ରେଣୀର ଛାତ୍ର – ଛାତ୍ରୀ ମାନେ ମଧ୍ୟ ଚିତ୍ରକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |

By amfnews

Related Post