Mon. Apr 7th, 2025

ଭିଭିଆଇପି ହେଲିକପ୍ଟର କାରବାର, ମଧ୍ୟସ୍ଥି ମାଇକେଲଙ୍କୁ ଭାରତ ଅଣାଯାଉଛି

By amfnews Dec 5, 2018 #Featured
295 Views

ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଭିଭିଆଇପିଙ୍କ ଲାଗି ଭାରତ ସରକାର ୧୨ଟି ହେଲିକପ୍ଟର କିଣିବା ପାଇଁ ଅଗସ୍ତା ୱେଷ୍ଟଲାଣ୍ଡ ସହିତ ଚୁକ୍ତି ସ୍ବାକ୍ଷର କରିଥିଲେ। ୨୦୧୦ ମସିହାରେ ହୋଇଥିବା ଏହି ଚୁକ୍ତି ପାଇଁ ଅନେକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଥିଲା। ଏହି ଚୁକ୍ତି ହାସଲ କରିବା ଲାଗି ଅଗସ୍ତା ୱେଷ୍ଟଲାଣ୍ଡ କଂପାନୀ ତିନି ଜଣ ମଧ୍ୟସ୍ଥିଙ୍କୁ ୪୨୩ କୋଟି ଟଙ୍କାର କମିସନି ଦେଇଥିବା ଜଣାପଡ଼ିଥିଲା। ସେଥିମଧ୍ୟରୁ କେବଳ ମାଇକେଲଙ୍କୁ ମିଳିଥିଲା ୨୨୫ କୋଟି ଟଙ୍କା। ଏଥିରେ ପ୍ରମୁଖ ମଧ୍ୟସ୍ଥି ଥିଲେ ବ୍ରିଟିଶ ବ୍ୟବସାୟୀ ମାଇକେଲ ଜେମ୍ସ। ଏହି କାରବାର ଯୋଗୁଁ ଭାରତର ୨ ହଜାର ୬୬୬ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଥିଲା।

ଅନିୟମିତତା ଧରାପଡ଼ିବା‌ ପରେ ୨୦୧୪ରେ ଏହି ଚୁକ୍ତିକୁ ସରକାର ବାତିଲ କରିଦେଇଥିଲେ। ସିବିଆଇ ଏହା ଉପରେ ତଦନ୍ତ କରି ୨୦୧୩ରେ ଏଫଆଇଆର ଦାଖଲ କରିଥିଲା। ଏଥିରେ ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ଏସ୍‌ପି ତ୍ୟାଗୀ ଏବଂ ଅନ୍ୟ ୧୨ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଅଭିଯୁକ୍ତ ତାଲିକାରେ ତିନିଟି କଂପାନୀ ସମେତ ତ୍ୟାଗୀ ପରିବାରର କିଛି ସଭ୍ୟ ଏବଂ ତିନି ଜଣ ମଧ୍ୟସ୍ଥି ଥିଲେ। ପ୍ରବର୍ତନ ନିର୍ଦେଶାଳୟ ମଧ୍ୟ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିଲା। ମାଇକେଲଙ୍କ ପ୍ରତ୍ୟାର୍ପଣ ଲାଗି ଭାରତ ସରକାର ଦୁବାଇକୁ ଅନୁରୋଧ କରିଥିଲେ। ଏହାକୁ ମାଇକେଲ ସେଠାର ଅଦାଲତରେ ଚାଲେଞ୍ଜ କରିଥିଲେ। କିନ୍ତୁ କୋର୍ଟ ତାଙ୍କର ଆବେଦନକୁ ଗତ ମାସ ଖାରଜ କରିବା ପର ଠାରୁ ମାଇକେଲଙ୍କୁ ଅଟକ ରଖାଯାଇଥିଲା। ସୂଚନାଯୋଗ୍ୟ, ଇଟାଲୀୟ କଂପାନୀ ଫିନମେକାନିକାର ଶାଖା ହେଉଛି ବ୍ରିଟିଶ ସ୍ଥିତ ଅଗସ୍ତା ୱେଷ୍ଟଲାଣ୍ଡ କଂପାନୀ।

By amfnews

Related Post