Sun. Nov 24th, 2024

ଭିନ୍ନପଥରେ ମହିଳା ମାଓବାଦୀ : ବନ୍ଧୁକ ବଦଳରେ ଧରିଲେ ଝାଡ଼ୁ

By amfnews Nov 25, 2019 #Featured
97 Views

ମାଲକାନଗିରି : ଆତ୍ମସମର୍ପଣ କରିବା ପରେ ଏବେ ଭିନ୍ନ ପଥକୁ ଆପଣେଇଛନ୍ତି ମାଲକାନଗିରିର ଦୁଇ ମହିଳା ମାଓବାଦୀ। ଦିନେ ଯେଉଁ ହାତରେ ବନ୍ଧୁକ ଧରିଥିଲେ, ଏବେ ସେହି ହାତରେ ଝାଡ଼ୁ ଧରିଛନ୍ତି। ସ୍ବାଭିମାନର ସହ ବଞ୍ଚିବା ପାଇଁ ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ଦୁଇ ଜଣ ହେଲେ, ମାଳତୀ କାବାସି ଓ ଦେବା ମାଢ଼ୀ । ୨୦୧୨ ମସିହାରେ ଦୁହେଁ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ।

ସୂଚନା ଅନୁସାରେ, ମାଳତୀ କାବାସି ବୈପାରିଗୁଡା ଦଲମ୍‌ରେ ଦୀର୍ଘ ୮ ବର୍ଷ ରହି ଆଲମପାକା, ବୈପାରିଗୁଡା ଥାନା, ରାମଗିରି ଥାନା ଉଡାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବୈପାରିଗୁଡା ଅଂଚଳରେ କାମ କରିବା ପରେ ବିଚ୍ଛିନ୍ନାଞ୍ଚଳରେ ମଧ୍ୟ କାମ କରିଥିଲେ। ତାଙ୍କ ନାମରେ ୧୨ରୁ ଉର୍ଦ୍ଧ୍ବ ମାଓ ହିଂସା ରହିଥିବା ଜଣାପଡିଛି। ସେହିଭଳି, ଦେବା ମାଢୀ କାଲିମେଳା ଦଲମ୍‌ରେ କାମ କରିବା ସହ ଏସିଏମ ଭାବେ ଦୀର୍ଘ ଦିନ ଧରି କାମ ମଧ୍ୟ କରିଛନ୍ତି। ସେ ଦାମନଯୋଡି ମାଇନସ ଆକ୍ରମଣ, ରାମାଗୁଡା ଏନକାଉଣ୍ଟରରେ ପୁଲିସକୁ ଆକ୍ରମଣ ସମେତ ପ୍ରାୟ ୧୦ରୁ ୧୨ଟି କେଶରେ ଜଡିତ ଥିବା ପୁଲିସ କହିଛି। ଦୁଇ ଦୁର୍ଦ୍ଦାନ୍ତ ମାଓନେତ୍ରୀଙ୍କ ପରିଚୟ କିନ୍ତୁ ଏବେ ବଦଳିଯାଇଛି । ଆତ୍ମନିର୍ଭରଶୀଳ ହେବା ପାଇଁ ରାସ୍ତା ଖୋଜୁଥିବା ବେଳେ ଏବେ ଦୁଇ ପଇସା ରୋଜଗାର କରି ନିଜ ପରିବାର ପୋଷିବାରେ ସମର୍ଥ ହେବେ ବୋଲି କହିଛନ୍ତି । ଏହି ଦୁଇ ଜଣଙ୍କୁ ଡାକ୍ତରଖାନାରେ ଦେଖିଲେ ଲୋକେ କିଛି ସମୟ ପାଇଁ ଅଟକି ରହିବା ସହ ମାଓ ଜୀବନ ସଂପର୍କରେ ପଚାରି ବୁଝୁଛନ୍ତି । ଜଙ୍ଗଲରେ ରହିବା ବେଳେ ପ୍ରତି ମୁହୂର୍ତ୍ତରେ ଭୟ ରହୁଥିବା କହୁଛନ୍ତି । ପୂର୍ବରୁ ଜିଲ୍ଲାରେ କିଛି ମାଓବାଦୀ ସଂଗଠନ ଛାଡି ଆତ୍ମସମର୍ପଣ କରିବା ସହ କିଏ ଚା ଦୋକାନ ତ କିଏ ହୋଟେଲ କରି ନୂଆ ଜୀବନ ଆରମ୍ଭ କରିଥିବାବେଳେ ଏହି ଦୁଇ ମହିଳା ମାଓବାଦୀ ଏବେ ହାତରେ ଝାଡ଼ୁ ଧରି ସେମାନଙ୍କ ନୂଆ ଜୀବନ ଆରମ୍ଭ କରିଛନ୍ତି ।

By amfnews

Related Post