Sat. Mar 7th, 2026

ଭିଡ ଭିତରେ ଅସଦାଚରଣର ଶିକାର ହେଲେ ହାସ୍ୟ ଅଭିନେତା ଅଲ୍ଲୀ ଅସଗର, ମହିଳା ଭାବି କିଛି ଯୁବକ କରିଥିଲେ ଏଭଳି କାମ

518 Views

ମୁମ୍ବାଇ, ଡିସେମ୍ବର ୧୪ : କମେଡି ନାଇଟ୍‌ ଉଇଥ୍‌ କପିଲରେ ଦାଦି ଭୂମିକାରେ ନଜର ଆସି ସାରିଥିବା ଅଭିନେତା ଅଲ୍ଲୀ ଅସଗର ଏବେ ଷ୍ଟାରପ୍ଲସରେ ପ୍ରସାରିତ ହେବାକୁ ଥିବା ସୋ’ କାନ୍‌ପୁର ଓ୍ଵାଲେ ଖୁରାନାଜ୍‌କୁ ନେଇ ବେଶ ଉତ୍ସାହିତ ଅଛନ୍ତି । ସୋ’ଟି ଆରମ୍ଭ ହେବା ପୂର୍ବରୁ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ହାସ୍ୟ ଅଭିନେତା ଅଲ୍ଲୀ ଅସଗରଙ୍କ ସହ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନା ମୁତାବକ, ଅଲ୍ଲୀ ନିଜ ସୋ’ର ପ୍ରମୋସନ କରିବା ପାଇଁ ଦିଲ୍ଲୀ ପହଞ୍ଚିଥିବା ବେଳେ ତାଙ୍କ ସହ ଏକ ଅପ୍ରିୟ ଘଟଣା ଘଟିଥିଲା । ପ୍ରମୋସନାଲ ଇଭେଣ୍ଟର ହୋଷ୍ଟ ଅଲ୍ଲୀଙ୍କୁ ଦାଦି କହି ଷ୍ଟେଜ୍‌ ଉପରକୁ ଡ଼ାକିଥିବା ବେଳେ କିଛି ନିଶାଗ୍ରସ୍ତ ଯୁବକ ଅଲ୍ଲୀଙ୍କୁ ସତରେ ମହିଳା ବୋଲି ଭାବି ତାଙ୍କ ସହ ଅସଦାଚରଣ କରିଥିଲେ। ନିଶାଗ୍ରସ୍ତ ଯୁବକମାନେ ତାଙ୍କ ଛାତିରେ ହାତ ଲଗାଇ ତାଙ୍କ ସହ ଅସଦାଚରଣ କରିଥିବା କଥା ଅଲ୍ଲୀ ସମସ୍ତଙ୍କୁ ଜଣାଇଛନ୍ତି ।

‘ମୋ ଟିମ୍‌ରେ ଜଣେ ଯୁବତୀ ଥିଲେ । ସେ ହିଁ ମୋତେ ସେ ଭିଡରୁ ବାହାର କରିଥିଲେ । ନଚେତ ମୁଁ ବାହାରି ପାରି ନଥାନ୍ତି । ଏ ଘଟଣା ପରେ ମହିଳାମାନଙ୍କୁ କିଭଳି ଅନୁଭବ ହେଉଥିବା ତାହା ମୁଁ ଜାଣି ପାରିଛି” ବୋଲି ଅଲ୍ଲୀ କହିଛନ୍ତି ।

By amfnews

Related Post