Sat. Mar 7th, 2026

ଭିଡିଓ: ଲଦାଖରେ ଜିରୋ ଡିଗ୍ରୀ ଠାରୁ କମ ତାପମାତ୍ରାରେ ‘ଦୀପାବଳି’ ପାଳିଲେ ଯବାନ

168 Views

ନୂଆଦିଲ୍ଲୀ, ନଭେମ୍ବର ୦୭ : ଦେଶର ସୁରକ୍ଷା ପାଇଁ ସୀମାରେ ମୁତୟନ ଭାରତୀୟ ଯବାନମାନେ ମଙ୍ଗଳବାର ଜିରୋ ଡିଗ୍ରୀ ଠାରୁ କମ ତାପମାତ୍ରାରେ ଦୀପ ଜାଳି ‘ଦୀପାବଳି’ ପାଳନ କରିଛନ୍ତି। ଦେଶକୁ ୨୪ ଘଣ୍ଟା ସୁରକ୍ଷା ଯୋଗାଉଥିବା ଯବାନମାନେ ଭୟଙ୍କର ଥଣ୍ଡା ପରିବେଶରେ ଦୀପାବଳି ପାଳନ କରି ଖୁସି ଅନୁଭବ କରିଛନ୍ତି। ଲଦାଖ ଭଳି ଥଣ୍ଡା ଅଞ୍ଚଳରେ ଦୀପାବଳି ପାଳନ କରିବା ନିଶ୍ଚିତ ଭାବରେ  ଆଶ୍ଚର୍ଯ୍ୟ ଓ ଗୌରବର ବିଷୟ। କାରଣ ଏଠାରେ ଚାରିଆଡେ କେବଳ ଧଳା ବରଫ ବ୍ୟତୀତ ଆଉ କିଛି ନାହିଁ।

ଏଠାରେ ଜୀବନ ଜିଇଁବା ବହୁ କଷ୍ଟକର। ଜିରୋ ଡିଗ୍ରୀ ତାପମାତ୍ରାରେ ମଧ୍ୟ ଯବାନମାନେ ଦୀପାବଳି ପାଳନ କରି ନିଜକୁ ଖୁସି ଅନୁଭବ କରିଛନ୍ତି। ଭାରତୀୟ ଓ ପାକିସ୍ତାନୀ ସେନା ମଙ୍ଗଳବାର ପୁଞ୍ଛ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ମିଠାଇ ବାଣ୍ଟିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଯବାନମାନେ ମେଣ୍ଢର ଓ ପୁଞ୍ଛ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ୨ ପାରଗମନ ଚୌକିରେ ମିଠାଇ ଆଦାନ ପ୍ରଦାନ ହୋଇଛି। ପରଂପରା ଅନୁସାରେ ଉଭୟ ଦେଶରେ ପାଳନ କରାଯାଉଥିବା ରାଷ୍ଟ୍ରୀ ପର୍ବରେ ମିଠାଇ ଆଦାନ ପ୍ରଦାନ କରିଥାନ୍ତି।

By amfnews

Related Post