Thu. Jan 16th, 2025

ଭିଡିଓ କନଫରେନ୍ସିଂ ଜରିଆରେ ଶେଖ ମୁଜିବୁର ରହମାନଙ୍କ ଶତବାର୍ଷିକୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

By amfnews Mar 17, 2020 #Featured
90 Views

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଶତବାର୍ଷିକୀ ଉପଲକ୍ଷେ ବାଂଲାଦେଶରେ ହେଉଥିବା ଜୟନ୍ତୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ଜଣାଯାଇଛି। ତେବେ ସେ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଜିବୁର ରହମାନଙ୍କ ୧୦୦ତମ ଜୟନ୍ତୀରେ ଅଂଶଗ୍ରହଣ କରିବେ।

ବାଂଲାଦେଶରେ ରାଜଧାନୀ ଢାକାର ଜାତୀୟ ପ୍ୟାରେଡ ପଡ଼ିଆଠାରେ ଆୟୋଜିତ ହେଉଛି ଏହି ଉତ୍ସବ। ଏଥିରେ ବାଂଲାଦେଶ ଗଠନରେ ମୁଜିବୁର ରହମାନଙ୍କ ଅବଦାନ ସଂପର୍କରେ ମୋଦୀ ବାଂଲାଦେଶର ଜନସାଧାରଣଙ୍କୁ ଉଦବୋଧନ ଦେବେ । ତେବେ ଏହି କାର୍ଯ୍ୟକ୍ରମରେ ଲୋକମାନେ ଉପସ୍ଥିତ ରହିବେ ନାହିଁ। କରୋନାର ସଂକ୍ରମଣକୁ ଆଖି ଆଗରେ ରଖି ବାଂଲାଦେଶ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Image result for seikh hassina

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି (ମାର୍ଚ୍ଚ ୧୭) ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ନରେନ୍ଦ୍ର ମୋଦୀଙ୍କୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ନିମନ୍ତ୍ରଣ କରିଥିଲେ । ଢାକାରେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଶତବାର୍ଷିକୀ ସମାରୋହର ଆୟୋଜନ ଅବସରରେ ମୋଦୀ ଏହି ବିଦେଶ ଗସ୍ତ କରିଥାନ୍ତେ । କିନ୍ତୁ କରୋନା ଭାଇରସର ସଂକ୍ରମଣ ଯୋଗୁ ମୋଦୀଙ୍କ ଏହି ଗସ୍ତ ବାତିଲ ହୋଇଥିଲା।

By amfnews

Related Post