334 Views
ନୟାଗଡ, ନଭେମ୍ବର ୧୩: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ୪୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହେଲେ ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପରିଜା ।
ସୂଚନା ମୁତାବକ, ଗତକାଲି ପ୍ରାଣକୃଷ୍ଣ ଏକ ୨୫ଲକ୍ଷ ଟଙ୍କାର ବିଲ ପାସ କରାଇଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ଲାଂଚ ମାଗିଥିଲେ । ବ୍ୟକ୍ତି ଜଣଙ୍କ ଏନେଇ ଭିଜିଲାନ୍ସରେ ସୂଚନା ଦେଇଥିଲେ । ପୂର୍ବ ନିର୍ଧାରିତ ଯୋଜନା ଅନୁଯାୟୀ ବ୍ୟକ୍ତିଜଣଙ୍କ ଯନ୍ତ୍ରୀଙ୍କୁ ୪୦ ହଜାର ଟଙ୍କା ଦେଇଥିଲେ । ଏହି ସମୟରେ ଭିଜିଲାନ୍ସ ଯନ୍ତ୍ରୀଙ୍କୁ ଗିରଫ କରିଥିଲା ।