Mon. Dec 23rd, 2024

ଭିଜିଲାନ୍ସ ଜାଲରେ ବେଲପାହାଡ ଅବକାରୀ ସବ ଇନସ୍ପେକ୍ଟର, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

By amfnews Feb 1, 2021 #Featured
118 Views

ସମ୍ବଲପୁର, ଫେବୃଆରୀ 1 : ଭିଜିଲାନ୍ସ ଜାଲରେ ସବ ଇନସ୍ପେକ୍ଟର  ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡା ବେଲପାହାଡ ଅବକାରୀ ସବ ଇନସ୍ପେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍  ।   

ଝାରସୁଗୁଡା ଜିଲ୍ଲା ବେଲପାହାଡ ଅବକାରୀ ସବ-ଇନସ୍ପେକ୍ଟର ଭାବେ କାର୍ଯ୍ୟ କରନ୍ତି ଦେବେନ୍ଦ୍ର ପ୍ରହରାଜ  । ତାଙ୍କ ସମ୍ବଲପୁର ସ୍ଥିତ ଘର ସମେତ ଏକକାଳୀନ  ୪ ଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଛି । ସମ୍ବଲପୁର ଭିଜିଲାନ୍ସର ଟିମ ଏହି ଚଢାଉ ଜାରି ରଖିଛନ୍ତି । ତାଙ୍କ ବେଲପାହାଡ ଅବକାରୀ ଅଫିସ, ସମ୍ବଲପୁର କଲ୍ୟାଣୀ ନଗର ଘର, ଅବକାରୀ ଇଆଇବି ଅଫିସ, ଗୋବିନ୍ଦତୋଲାରେ ଭିଜିଲାନ୍ସ ଚଢାଉ କରିଛି  । ତେବେ ବର୍ତ୍ତମାନ ଯାଞ୍ଚ ଜାରି ରହିଛି  । ଅନେକ ଦରକାରୀ ଦସ୍ତାବିଜ ଓ ସୁନାଗହଣା ଭିଜିଲାନ୍ସର ହସ୍ତଗତ ହୋଇଥିବା ସୂଚନା ମିଳିଛି  ।

By amfnews

Related Post