ଜଗତସିଂହପୁର, ଡିସେମ୍ବର ୦୨ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀ ସଂଯୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ରେଡ଼ । ଜିଲ୍ଲାପାଳଙ୍କ ଅଫିସ ସମେତ ନିଜ ଘର ସାତପୁରା,କଟକ ଓ ପାଣିସାଳିଆ ଭଡାଘର ସମେତ ଚାରୋଟି ସ୍ଥାନରେ ଏକ କାଳୀନ ଚଢ଼ାଉ ଜାରି । ସ୍ପେଶାଲ ଜଜ ଭିଜିଲାନ୍ସ ଜଜ ଓ୍ୟାରେଣ୍ଟ ବଳରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଚାରୋଟି ଟିମରେ ନଅ ଜଣ ଇନ୍ସପେକ୍ଟର ସମେତ ୩୦ ଜଣ କର୍ମଚାରୀ ଏକ କାଳୀନ ଚଢ଼ାଉ ଜାରି କହିଛନ୍ତି । ସଂଯୁକ୍ତା ଦାସ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟସ୍ଥ ଜିଲ୍ଲା ପଞ୍ଚାୟତ ବିଭାଗରେ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ସଂଯୁକ୍ତାଙ୍କର ସାତପୁରରେ ବିଳାସପୂର୍ଣ ଘର ରହିଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ ପଛପଟେ ଦୁଇ ମହଲା ଘର,କଟକ ଆଦିତ୍ୟ ରେସିଡେନ୍ସିରେ ଆପାର୍ଟମେଣ୍ଟ ମଧ୍ୟ ଘର ରହିଛି । ଏହା ସହିତ ବ୍ୟାଙ୍କରେ ରହିଥିବା ଲକର ଖୋଲାଯିବା ପରେ ଟଙ୍କା ଓ ସୁନା ଅଳଙ୍କାର ବାବଦରେ ଜଣାପଡିବ ବୋଲି କହିଛନ୍ତି ଭିଜିଲାନ୍ସ ଇନ୍ସପେକ୍ଟର ।
328 Views