Mon. Dec 23rd, 2024

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

By amfnews Jan 25, 2021 #Featured
129 Views

ଭୁବନେଶ୍ୱର, ଜାନୁଆରୀ 25 : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଆଉ ଜଣେ ସରକାରୀ ବାବୁ  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ ଜିଲ୍ଲା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ  ।

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ କୁମାର ସେଠଙ୍କ ଘରେ  ଭିଜିଲାନ୍ସ ଚଢାଉ   । ବାସଭବନ ସମେତ 4 ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ ଏକକାଳୀନ ଚଢାଉ କରିଛନ୍ତି  । ବରଗଡ ସ୍ଥିତ ବାସଭବନ , ବରପାଲି ଥାନା ଅନ୍ତର୍ଗତ ଲାଉନସରା ଗ୍ରାମସ୍ଥିତ ବାସଭବନ , କେଲେଙ୍ଗାପାଲି ଗ୍ରାମ ପଞ୍ଚାୟତ ଅଫିସ, କେଶାଇପାଲି ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଛି  । ଯାଞ୍ଚ ବେଳେ ଅନେକ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଛି  । ତେବେ ତାଙ୍କର କେତେ ପରିମାଣର ସମ୍ପତି ରହିଛି ତାହା ଯାଞ୍ଚ ପରେ ଜଣାପଡିବ  ।

By amfnews

Related Post