Sun. Mar 8th, 2026

ଭିଜିଲାନ୍ସ ଜାଲରେ ତହସିଲ୍‌ ଅମିନ, ଲାଞ୍ଚ ନେଲାବେଳେ ଧରାପଡ଼ିଲେ

305 Views

ଢେଙ୍କାନାଳ : ଜାଗା ଚିହ୍ନଟ ଓ ସାର୍ଟିଫିକେଟ୍‌ ଦେବା ପାଇଁ ଏକ ହଜାର ଟଙ୍କା ଲାଞ୍ଚ ନେବାବେଳେ ସଦର ତହସିଲ୍‌ କାର୍ଯ୍ୟାଳୟର ଅମିନ ଶୁଭ୍ରଜ୍ୟୋତି ସାହୁ ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି। ଭିଜିଲାନ୍‌ସ ସୂତ୍ରରୁ ପ୍ରକାଶ, ୨୦୧୭ ମସିହା ମେ ମାସରେ ଜାଗା ଚିହ୍ନଟ ଓ ସାର୍ଟିଫିକେଟ ପାଇଁ ଅମିନ ଶ୍ରୀ ସାହୁ ଓଡ଼ାପଡ଼ା ବ୍ଲକ୍‌ ବେଶାଳିଆ ଗାଁର ଅରୁଣ ପଟ୍ଟନାୟକଙ୍କ ଠାରୁ ସାତଶହ ଟଙ୍କା ନେଇଥିଲେ। ଦେଢ଼ବର୍ଷ ବିତିଯାଇଥିଲେ ମଧ୍ୟ ଅମିନ ଶ୍ରୀ ସାହୁ ପ୍ରମାଣପତ୍ର ନଦେଇ ଏଥିପାଇଁ ଆଉ ଏକ ହଜାର ଟଙ୍କା ମାଗିଥିଲେ। ଶ୍ରୀ ପଟ୍ଟନାୟକ ତହସିଲ୍‌ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହେବାରୁ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ, ଆଜି ସେହି ଲାଞ୍ଚ ଟଙ୍କା ଦେଇଥିଲେ। ଶ୍ରୀ ସାହୁ ଏହାକୁ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

By amfnews

Related Post