Wed. Dec 25th, 2024

ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍, ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା ଜବତ

By amfnews Jan 21, 2021 #Featured
141 Views

ନବରଙ୍ଗପୁର , ଜାନୁଆରୀ 21 :  ଅଡ଼ୁଆରେ ପଡ଼ିଯାଇଛନ୍ତି ଜିଆରଏସ୍ ବାବୁ । ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଶିନସାରୀ ଗାମପଞ୍ଚାୟତର ଜିଆରଏସ ହିମାଂଶୁ ବାଘଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ଏକକାଳୀନ ବିଭିନ୍ନ ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସର ୩ଟି ଟିମ୍ । ଏହି ୩ଟି ଟିମ୍‌ର ପ୍ରାୟ ୧୫ଜଣ ସାମିଲ ରହିଛନ୍ତି । ଏକାକାଳୀନ ଜିଆର୍‌ଏସ୍ ହିମାଞ୍ଚଳ ବାଘଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ । ଘରୁ ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ସୁଦ୍ଧା ରେଡ୍ ନେଇ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ ।

By amfnews

Related Post