Tue. Dec 24th, 2024

ଭିଜିଲାନ୍ସ ଜାଲରେ କିରାଣି

By amfnews Dec 31, 2019 #Featured
196 Views

କଳାହାଣ୍ଡି : ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା କଳାହାଣ୍ଡି  ଜିଲ୍ଲାର ଜଣେ ସରକାରୀ କର୍ମଚାରୀଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । କଳାହାଣ୍ଡି DRDAରେ ହେଡ କ୍ଲର୍କ ଭାବେ କାର୍ଯ୍ୟରତ ହରପ୍ରସାଦ ଆଚାରୀଙ୍କ ନାଁରେ ପୂର୍ବରୁ ଅଭିଯୋଗ ଆସିଥିବା ବେଳେ ଆଜି ତାଙ୍କ ବାସଭବନରେ ଚଢ଼ଉ ହୋଇଥିବା ଜଣାଯାଇଛି।

ହରପ୍ରସାଦଙ୍କ  ଭବାନୀପାଟଣା ରାମନଗରପଡାସ୍ଥିତ ଘର, ମନ୍ଦାର ବଗିଚା ପଡାରେସ୍ଥିତ ପୈତୃକ ଘର  ଓ ଅଫିସ୍‌ରେ ମଧ୍ୟ ଚଢ଼ଉ ଚାଲିଛି। କୋରାପୁଟ ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଟିମ୍‌ ଏହି ଚଢ଼ଉ କରୁଥିବା ଜଣାଯାଇଛି। ଅଦ୍ୟାବଧି ତାଙ୍କର ଏକ ୩ ମହଲା ବିଶିଷ୍ଟ ଘର ଥିବା ଜଣା ପଡ଼ିଥିବା ବେଳେ ଅନ୍ୟ ସବୁ ଜିନିଷ ଆକଳନ ଚାଲିଥିବା କହିଛନ୍ତି ଭିଜିଲାନ୍ସ ବିଭାଗ ଅଧିକାରୀ।

By amfnews

Related Post