Thu. Mar 13th, 2025

ଭିଜିଲାନ୍ସ ଏସ୍‌ପିଙ୍କ ବିରୋଧରେ ବୋହୂ ଆଣିଲେ ଯୌନ ନିର୍ଯାତନା ଅଭିଯୋଗ

By amfnews Dec 16, 2019 #Featured
155 Views

କଟକ: ଜୟପୁର ଭିଜିଲାନ୍ସ ଏସ୍‌ପିଙ୍କ ବିରୋଧରେ ତାଙ୍କ ବୋହୂ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଦୀର୍ଘ ଦିନ ଧରି ଶ୍ବଶୁର ତାଙ୍କୁ ନିର୍ଯାତନା ଦେଇଆସୁଥିଲେ। ଚାଉଳିଆଗଞ୍ଜ ଥାନାରେ ଗତ ଅକ୍ଟୋବର ୧୬ ତାରିଖରେ ଏସ୍‌ପିଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଏବେ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଛି।

ପୀଡ଼ିତା ବୋହୂଙ୍କ ଅଭିଯୋଗ ଅନୁଯାୟୀ, ସିଡିଏ ସେକ୍ଟର-୧୦ ଅଞ୍ଚଳରେ ତାଙ୍କ ବାପଘର ହୋଇଥିବା ବେଳେ ସେ ଜୟପୁର ଭିଜିଲାନ୍ସରେ ଏସ୍‌ପି ଥିବା ଶଶୀଶେଖର ମହାପାତ୍ରଙ୍କ ପୁଅଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଶଶୀଶେଖର ଘରେ ତାଙ୍କୁ ଅସଦାଚରଣ କରିଆସୁଥିଲେ। ଏମିତି କି ତାଙ୍କ ମୋବାଇଲ୍‌କୁ ଆପତ୍ତିଜନକ ମେସେଜ୍‌ ପଠାଉଥିଲେ। ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ସେ ବାପଘରକୁ ପଳାଇ ଯାଇଥିଲେ। ୨୦୧୯, ଅକ୍ଟୋବର ୧୬ତାରିଖରେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ଚାଉଳିଆଗଞ୍ଜ ନେତାଜୀନଗର ଅଞ୍ଚଳରେ ରହୁଥିବା ମଉସାଙ୍କ ଘରକୁ ଯାଇଥିଲେ। କିନ୍ତୁ ସେଠାରେ ପୂର୍ବରୁ ରହି ଆସୁଥିବା ଶାଶୂଶ୍ବଶୁର ତାଙ୍କ ସ୍ବାମୀଙ୍କୁ ନେଇ କୌଣସି ଅଜ୍ଞାତ ସ୍ଥାନରେ ଲୁଚାଇ ରଖିଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଶଶୀଶେଖର ତାଙ୍କ ପୁଅଙ୍କ ବିରୋଧରେ ଟଙ୍କା ପାଇଁ ଧମକଚମକ ଦେଇଥିବା ସ˚କ୍ରାନ୍ତରେ ଚାଉଳିଆଗଞ୍ଜ ଥାନାରେ ଆଉ ଏକ ଅଭିଯୋଗ ମଧ୍ୟ କରିଛନ୍ତି।

ପୁଲିସ ମହିଳାଙ୍କ ଅଭିଯୋଗ ଆଧାରରେ ଅକ୍ଟୋବର ୧୬ ତାରିଖରେ ଶ୍ବଶୁର ଶଶୀଶେଖର ମହାପାତ୍ରଙ୍କ ସମେତ ଶାଶୂ କ୍ରିଷ୍ଣା ମହାପାତ୍ର, ମଉସା ଅଶୋକ ମହାପାତ୍ର ଓ ମାଉସୀ କାବେରୀ ମହାପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଦଫା ୩୪୨, ୩୨୩, ୩୫୪, ୩୫୪-ଏ, ୩୫୪-ଡି, ୫୦୬, ୫୦୯, ୩୪ରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

By amfnews

Related Post