Thu. Mar 13th, 2025

ଭିଜିଲାନସ୍ ଜାଲରେ ଯୋଗାଣ ଅଧିକାରୀ, ଇନୋଭା କାର୍ ସହ ୧.୯୧ ଲକ୍ଷ ଟଙ୍କା ଜବତ

By amfnews Aug 18, 2019 #Featured
151 Views

ଜୟପୁର : ମାଲାକାନଗିରି ଜିଲ୍ଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି ଆଜି ଭିଜିଲାନସ୍ ଜାଲରେ ପଡ଼ିଛନ୍ତି। ଭିଜିଲାନ୍‌ସ ତାଙ୍କ ନିକଟରୁ ଏକ ଲକ୍ଷ ୯୧ ହଜାର ୧୪୦ ଟଙ୍କା ଜବତ କରିଛି।

ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତିି ଆଜି ଏକ ଇନୋଭା ଗାଡିରେ ଲକ୍ଷାଧିକ ଟଙ୍କା ଧରି ଆସୁଥିବା ନେଇ ଜୟପୁର ଭିଜିଲାନ୍‌ସକୁ ସୂଚନା ମିଳିଥିଲା। ଜୟପୁର ଭିଜିଲାନ୍‌ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ବୈପାରିଗୁଡ଼ା ନିକଟସ୍ଥ ଦଶମନ୍ତପୁର ନିକଟରେ ଛକି ରହିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ଓଆର୍-୦୨ଏସି-୬୪୭୧ ନମ୍ବର ଇନୋଭା ଗାଡିରେ ମାଲକାନଗିରିରୁ ବ୍ରହ୍ମପୁର ଯାଉଥିବାବେଳେ ଭିଜିଲାନ୍‌ସ ଟିମ୍ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗୋଟିଏ ଚମଡ଼ା ବ୍ୟାଗରେ ଥିବା ଟଙ୍କାକୁ ଜବତ କରାଯିବା ସହ ଜବତ ହୋଇଥିବା ଟଙ୍କା ସଂପର୍କରେ ଛାନ୍‌ଭିନ୍ ଆରମ୍ଭ କରିଛନ୍ତି। ଉକ୍ତ ବ୍ୟାଗ୍ ମଧ୍ୟରେ ଦୁଇଟି ବ୍ୟାଙ୍କର ପାସ୍ ବୁକ୍ ରହିଥିବା ବେଳେ ଏସ୍‌ବିଆଇ ପାସ୍ ବୁକ୍‌ରେ ୧୧ଲକ୍ଷ ୬୭ ହଜାର ଟଙ୍କା ଜମା ରହିଥିବା ବେଳେ ଏକ୍ସିସ୍‌ ବ୍ୟାଙ୍କ ପାସ୍‌ ବୁକ୍‌ରେ ୨ଲକ୍ଷ ୭୧ ହଜାର ଟଙ୍କା ଜମା ଥିବା ଜଣାପଡିଛି। ଏତେ ପରିମାଣର ଟଙ୍କା କେଉଁଠୁ ଆଣିଥିଲେ ଏବଂ ଏହି ଟଙ୍କା କେଉଁ ଆଡେ ନେଉଥିଲେ ସେଥିନେଇ ଜିଲ୍ଲା ଯୋଗାଣ ଅଧିକାରୀ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନଥିବା ଭିଜିଲାନ୍‌ସ ପକ୍ଷରୁ କୁହାଯାଇଛି।

ଭିଜିଲାନ୍‌ସ ଟିମ୍ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତିଙ୍କୁ ଜୟପୁର କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିବା ପରେ ଅପରାହ୍ନରେ ଡିଏସ୍‌ପି କିଶୋର କୁମାର ପାତ୍ର, ଇନିସ‌ପେକ୍ଟର ପ୍ରମିଳା ସୁନାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସିଏସଓଙ୍କୁ ସାଂଗରେ ନେଇ ମାଲକାନଗିରି ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ଯାଞ୍ଚ କରୁଥିବା ଜଣାଯାଇଛି ।

By amfnews

Related Post