Tue. May 20th, 2025

ଭିଏତ୍‌ନାମ ରାଷ୍ଟ୍ରପତି ଟ୍ରାନ୍‌ ଡାଇ କ୍ୱାଙ୍ଗ୍‌ଙ୍କ ଦେହାନ୍ତ

By amfnews Sep 22, 2018 #Featured
153 Views

ହାନୋଇ : କିଛି ଦିନର ଅସୁସ୍ଥତା ପରେ ଭିଏତ୍‌ନାମ୍‌ର ରାଷ୍ଟ୍ରପତି ଟ୍ରାନ୍‌ ଡାଇ କ୍ୱାଙ୍ଗ୍‌ଙ୍କର ୬୧ ବର୍ଷ ବୟସରେ ରାଜଧାନୀ ହାନୋଇସ୍ଥିତ ଏକ ସାମରିକ ଡାକ୍ତରଖାନାରେ ଶୁକ୍ରବାର ଦିନ ଦେହନ୍ତ ଘଟିଛି।

ପୁଲିସ ଜେନେରାଲ୍‌ ଥିବା କ୍ୱାଙ୍ଗ୍‌ ଏପ୍ରିଲ୍‌ ୨୦୧୬ରେ କ୍ୱାଙ୍ଗ୍‌ ରାଷ୍ଟ୍ରପତି ଭାବେ ନିଯୁକ୍ତି ପାଇଥିଲେ। ଏହା ପୂର୍ବରୁ ସେ ପବ୍ଲିକ୍‌ ସିକ୍ୟୁରିଟି ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ଗତ ଜୁଲାଇ ମାସରେ କ୍ୱାଙ୍ଗ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ଛଅ ଥର ଜାପାନ ନିଆଯାଇଥିଲା। ଅନେକ ଦେଶୀ ଓ ବିଦେଶୀ ଡାକ୍ତର ଓ ପ୍ରଫେସର୍‌ଙ୍କ ଉଦ୍ୟମ ସତ୍ତ୍ୱେ ସେ ସୁସ୍ଥ ହୋଇ ପାରି ନ ଥିଲେ। ସେ କେଉଁ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିଲେ ତାହା ଡାକ୍ତରଖାନା ସୂତ୍ରରୁ ପ୍ରକାଶ କରାଯାଇ ନାହିଁ। ଜଣେ ସରକାରୀ ଡାକ୍ତର କହିଛନ୍ତି: ସେ ଗୋଟାଏ ବିରଳ ଏବଂ ସାଙ୍ଘାତିକ ଭୂତାଣୁଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି।

ଭିଏତ୍‌ନାମରେ କେହି ସର୍ବୋଚ୍ଚ ଶାସକ ନ ଥାନ୍ତି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କମ୍ୟୁନିଷ୍ଟ୍‍ ପାର୍ଟିର ମୁଖ୍ୟ- ଏଇ ତିନି ଜଣ ମିଳିତ ଭାବେ ଶାସନ ଭାର ସମ୍ଭାଳି ଥାଆନ୍ତି। ବିଶେଷଜ୍ଞମାନେ କହିନ୍ତି ଭିଏତ୍‌ନାମରେ ରାଷ୍ଟ୍ରପତି ଏକ ଆଳଙ୍କାରିକ ପଦବୀ।

By amfnews

Related Post